ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଲୋକକଳା କଳାକାର ମାନଙ୍କ ଦ୍ବାରା ରୁପାନ୍ତରିତ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ


 ଝାରସୁଗୁଡ଼ା ଜିଲ୍ଲାରେ ପାରମ୍ପରିକ ଲୋକକଳା ମାଧ୍ଯମରେ ବିଭିନ୍ନ ଗ୍ରାମରେ ସରକାରଙ୍କ ଯୋଜନା ବିଷୟରେ ସଚେତନତା କରୁଛନ୍ତି କଳାକାର ମାନେ । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ଯମରେ ଗାଁ ଗାଁରେ ଲୋକଙ୍କ ମଧ୍ଯରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାର ବ୍ଲକ କଳା ସଂସ୍କୃତି ସଂଘ କଳାକାର ମାନଙ୍କୁ ଏହାପୂର୍ବରୁ ତାଲିମ ପ୍ରଦାନ କରାଯାଇଥିଲା । ଝାରସୁଗୁଡା ଜିଲ୍ଲା ପ୍ରଶାସନର ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ  ବିଭାଗ ଆନୁକୂଲ୍ୟରେ ଆୟୋଜିତ ସୂଚନା ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଉପକ୍ରମରେ ଲୋକକଳାର ପ୍ରୟୋଗ କରାଯାଇ ସଚେତନ କରାଯାଉଛି । ରାଜ୍ୟ ସରକାରଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ମୁଖ୍ୟତଃ ସରକାରଙ୍କ ମମତା ଯୋଜନା, ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନା, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ମଧୁବାବୁ ପେନସନ ଯୋଜନା, ଆମ ଓଡିଶା ନବୀନ ଓଡିଶା, ମିଶନ ଶକ୍ତି, ୫ଟି ସ୍କୁଲ ରୂପାନ୍ତୀକରଣ,

ଆମ କ୍ରୀଡା, ଓଡିଶା ଆଦର୍ଶ ବିଦ୍ୟାଳୟ, ହସ୍ପିଟାଲ, ସତ୍ବନ୍ତ୍ର ଉନ୍ନୟନ ପରିଷଦ, ଆମ ଐତିହ୍ୟ ଆମ ବ୍ୟାଙ୍କ ଓ ଲକ୍ଷ୍ମୀ ବସ ଆଦି ୧୫ଟି ଯୋଜନା ସମ୍ପର୍କରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ମାନ  କରାଯାଉଛି । ଝାରସୁଗୁଡା  ଜିଲ୍ଲା ପାଇଁ ଓଡିଶା ସୂଚନା, ଶିକ୍ଷା ଓ ଯୋଗାଯୋଗ ପର୍ଯ୍ୟବେକ୍ଷକ ଓ ସହ ଉପଦେଷ୍ଟା ପ୍ରଫୁଲ୍ଲ ସାମନ୍ତରାୟ ,  ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପସଭାପତି ସୁରଙ୍ଗ ପଧାନ, ଜିଲ୍ଲା ସଂସ୍କୃତି ଅଧୁକାରୀ ଅନିଲ କେରକେଟା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା ଜିଲ୍ଲାର ବିଭିନ୍ନ ବ୍ଳକ ଓ ବିଭିନ୍ନ ପଞ୍ଚାୟତ ଗ୍ରାମରେ ଅନୁଷ୍ଠିତ ହେଉଥିବା ସଚେତନତା କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି । 

ବ୍ଲକ୍ ମାନଙ୍କରେ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକର ତଦାରଖ ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କରୁଥିବା ବେଳେ ମିଶନ ଶକ୍ତି ସଭ୍ୟା ବୃନ୍ଦ  ଗ୍ରାମପଞ୍ଚାୟତ ମାନଙ୍କରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଦେଖୁଥିବା ସହ କଳାକାରଙ୍କୁ ଉତ୍ସାହିତ କରୁଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done