ସଂକ୍ରାନ୍ତି ଅବସରରେ କୀର୍ତନ ଅନୁଷ୍ଠିତ। ଝାରସୁଗୁଡ଼ା ସହରର ବିଭିନ୍ନ ମନ୍ଦିରରେ ସଂକ୍ରାନ୍ତି ଅବସରରେ କୀର୍ତନ ଅନୁଷ୍ଠିତ ହୋଇଯାଇଛି।ସହରର ସରଵାହାଲ ତ୍ରିନାଥ ମନ୍ଦିର ରେ ସଂକ୍ରାନ୍ତି ଅବସରରେ ପୂଜକ ଭଜମନ ପାଣିଗ୍ରାହୀ ପୂଜାର୍ଚ୍ଚନା ସମେତ ହୋମଯଜ୍ଞ କରିବା ସହିତ ସନ୍ଧ୍ୟା ସମୟରେ ଭାଗବତ କୀର୍ତନ ଅନୁଷ୍ଠିତ ହୋଇଯାଇଛି ।ସହରର ଏକାତାଲି ମାଲିପଡାର ଲାଲମୋହନ ସାହୁ ରଞ୍ଜନ ସାହୁ ପ୍ରଦୀପ ପଟେଲ୍ ବାବୁଲାଲ ପଟେଲ୍ ଓ ସାଥୀ ଙ୍କ ଦ୍ଵାରା କୀର୍ତନ ଅନୁଷ୍ଠିତ ହୋଇଥିବା ବେଳେ ନିମାଇଁ ଚରଣ ବେହେରା ଗୋବିନ୍ଦ ପଟେଲ୍ ଶୁକମଣି ସାହୁ ଚନ୍ଦ୍ର ମିଶ୍ର ପରିଚାଳନା କରିଥିବାବେଳେ ସରଵାହାଲ ହନୁମାନ ମନ୍ଦିର ରେ ପୂଜକ ଅଜୟ ମିଶ୍ର ପୂଜାର୍ଚ୍ଚନା ସମେତ ହୋମଯଜ୍ଞ କରିବା ସହିତ ସରଵାହାଲ ଵାହଣ ମାନେ ହନୁମାନ ଚାଳିଶା ପାଠ କରିଥିଲେ । ଠିକ୍ ସେହିପରି ସରଵାହାଲ ଗୈଡପଡା ହନୁମାନ ମନ୍ଦିର ରେ ପୂଜକ ଶଶି ଭୂଷଣ ପଣ୍ଡା ପୂଜା ଅର୍ଚ୍ଚନା କରିଵା ସହିତ ହୋମ୍ ଯଜ୍ଞ କରିବା ସହିତ ହନୁମାନ ଚାଳିଶା ପାଠ ହୋଇଥିଲା ।ସହରର ମଙ୍ଗଳଵଜାର ପୁରୁଣା ଵସ୍ତି ଵୁଡାପଡା ଵୁରୋମାଳ ପୁରୁଣା ବସଷ୍ଟାଣ୍ଡ ଵେହେରାମାଳ ବିଟିଏମ ଏକାତାଲି ବଢେଇ ମୁଣ୍ଡା ବଡ଼ମାଳ ହନୁମାନ ମନ୍ଦିର ରେ ହନୁମାନ ଚାଳିଶା ପାଠ ହୋଇଥିଲା କନକ ଦୁର୍ଗା ମନ୍ଦିର ତାରିଣୀ ମନ୍ଦିର ରେ ଆଜି ଭୋଗ ବଣ୍ଟନ ହୋଇଥିବା ବେଳେ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା ।
0 Comments