ଚାନ୍ଦିନୀମାଲ ଠାରେ ରୋୟାଲ କ୍ଲବ ଦ୍ଵାରା ଆୟୋଜିତ ୫ ଦିବସୀୟ ଟି ୧୦ ବ୍ଲାଷ୍ଟର କ୍ରିକେଟ ନକଆଉଟ ଟୁର୍ନାମେଣ୍ଟ ର ଉଦଯାପନୀ ହୋଇଯାଇଛି ।ଏହି ଉଦଯାପନୀ ଉତ୍ସବ ରେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ରାଧେଶ୍ୟାମ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁର୍ବତନ ଜିଲ୍ଲାପରିଷଦ ହର୍ଷ ଜଗତ ,କ୍ରିଷ୍ଣା ସିଂ ,ସନ୍ତୋଷ ପଟେଲ ,ପ୍ରଦୀପ ବଢ଼େଇ ପ୍ରମୋଦ ପ୍ରଧାନ ଶରତ ପ୍ରଧାନ ଯୋଗ ଦେଇଥିଲେ ।ଫାଇନାଲ ରେ ବଡ଼ଯୋବ ଏବଂ ମାମାଚୌକ ପହଞ୍ଚିଥିବା ବେଳେ ବଡ଼ଯୋବ ପ୍ରଥମେ ବ୍ୟାଟିଂ କରି ୯୭ ରନ ର ଲକ୍ଷ୍ୟ ଦେଇଥିବା ବେଳେ ମାମାଚୌକ ୧୦ ଓଭର ରେ ୯୦ ରନ କରି ପରାସ୍ତ ହେଇଥିଲା ।ବିଜେତା ଦଳ କୁ ଟ୍ରଫି ସହ ୧୮୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଦଳକୁ ଟ୍ରଫି ସହ ୧୩୦୦୦ ଟଙ୍କା ପ୍ରଦାନ କରାଯାଇଥିଲା ।ଏହି ଫାଇନାଲ ମ୍ୟାଚ ରେ ସୋମ୍ୟରଞ୍ଜନ ପ୍ରଧାନ ଏବଂ ଚିନ୍ମୟ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ପ୍ରିତମ ସାହୁ ଧାରାବିବରଣୀ କରିଥିଲେ ।କ୍ଲବ ସଭାପତି ବଶିଷ୍ଠ ବାରିକ ଧନ୍ୟବାଦ ଅର୍ପଣ କରିଥିବା ବେଲେ ସୁବ୍ରତ କାହାଳି ,ସଚ୍ଚିଦାନନ୍ଦ ପ୍ରଧାନ ,ଆଲୋକ ପ୍ରଧାନ ସୌରଭ ପ୍ରଧାନ ,ମୁକେଶବାରିକ
ସହଯୋଗ କରିଥିଲେ ।
0 Comments