୨୨ ତମ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଦ୍ଵିତୀୟ ସନ୍ଧ୍ୟା ରେ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର୍ ଅମାତ ଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ହିତେଶ୍ୱରି ତିହିରିଆ ଲଖନପୁର ବ୍ଲକ ଅଧ୍ୟକ୍ଷା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯଜ୍ଞସିନି ଓରାମ,ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା, ନିମାଇ ଚରଣ ପଣ୍ଡା ବେଲପାହାର ପୌର ପରିଷଦ ଅଧ୍ୟକ୍ଷ , ଅଲଟ୍ରାଟେକ୍ ୟୁନିଟ ହେଡ ଅର୍ଡା କିଶୋର ମଣ୍ଡଭିଆ, ଡ ତାରାପଦ ଦାସ ଅତିରିକ୍ତ ଉପସଭାପତି ଟି ଆର୍ ଏଲ କ୍ରୋଷକି ଓ ଏଚ ଓ ଡି ଏଚ ଆର୍ ପ୍ରଶାସନ ଏସ ଏମ ସି ପାୱାର ଜେନେରେସନ୍ ଲିମିଟେଡ ହିର୍ମା ଏଲ ଏନ ମିଶ୍ର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆନନ୍ଦିନି ପାଢି, ସୁରଙ୍ଗ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଦୁଲଦୁଲି କୋର କମିଟି ସଦସ୍ୟ ପ୍ରତାପ ନନ୍ଦ ଉପସ୍ଥିତ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ। ଏହାପରେ ଦ୍ଵିତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯକ୍ରମ ରେ କେନ୍ଦ୍ରାପଡ଼ା ନୃତ୍ୟମ ପକ୍ଷରୁ ମାହାରୀ, ସପ୍ତ୍ତର୍ଶି ଅନୁଷ୍ଠାନ ପକ୍ଷରୁ କଥକ ମାଳା, ବର୍ନୋଇ ସାପୋରି ସାଂସ୍କୃତିକ ଗୋଷ୍ଠି ଆସାମ ଙ୍କ ଆସାମୀ ଲୋକନୃତ୍ୟ, ରେଲୱେ ଓଡ଼ିଆ ସାଂସ୍କୃତିକ ସଂଘ ଝାରସୁଗୁଡ଼ା ପକ୍ଷରୁ ଓଡ଼ିଶୀ, ଜଳନ୍ଧର ପଞ୍ଜାବ ଶେର ଇ ପଞ୍ଜାବୀ ପକ୍ଷରୁ ଭାଙ୍ଗଡା ୟୁନିଟ, ରାଇଁ ଝାଇଁ ଝାରସୁଗୁଡ଼ା ଙ୍କ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ତାରପଦ ଅନୁଷ୍ଠାନ ପୁରୁଲିଆ ପଶ୍ଚିମବଙ୍ଗ ର ପୁରୁଲିଆ ଛଉ ନୃତ୍ୟ ଏଵଂ ଆଜି ସନ୍ଧ୍ୟା ଶେଷ ରେ ମୃଣ୍ଜୟୀ କଲ୍ଚରାଲ ସୋସାଇଟି ଭବାନୀପାଟଣା ପକ୍ଷରୁ ବଜାସାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
0 Comments