ଚଳିତ ୨୨ତମ ଜିଲ୍ଲା ମହୋତ୍ସବ ଦୁଲଦୁଲି ର ଦ୍ବିତୀୟ ଦିବସରେ ପ୍ରଥମ କାର୍ଯ୍ୟକ୍ରମ ଭାବେ ବେବି ସୋ (ତୁ ମୋ ଆଖିର ତାରା) ସମ୍ପୂର୍ଣ୍ଣ ହୋଇଛି


 ଚଳିତ ୨୨ତମ ଜିଲ୍ଲା ମହୋତ୍ସବ ଦୁଲଦୁଲି ର ଦ୍ବିତୀୟ ଦିବସରେ ଦିନବେଳା ରହିଛି ୪ଗୋଟି କାର୍ଯ୍ୟକ୍ରମ । ପ୍ରଥମ କାର୍ଯ୍ୟକ୍ରମ ଭାବେ ବେବି ସୋ (ତୁ ମୋ ଆଖିର ତାରା) ସମ୍ପୂର୍ଣ୍ଣ ହୋଇଛି । ଏହି କାର୍ଯ୍ୟକ୍ରମଟି ସାହାଡ଼ା ପକ୍ଷରୁ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ   ଡିଏସଡବ୍ଲୁ  ପ୍ରୋଗ୍ରାମ ଅଧିକାରୀ ବୃନ୍ଦାବତୀ ପଣ୍ଡା, ସିଡିପିଓ ରୁରାଲ ବିଦୁତ ପ୍ରଭା ନାଗ, ସାହାଡ଼ା ନିର୍ଦ୍ଦେଶକ ଆନନ୍ଦିନୀ ପାଢ଼ୀ, ଆଇସିଡିଏସ୍ ସୁପରଭାଇଜର ସୁପ୍ରଭା ପାଣ୍ଡେ ଓ ଉପମା ବାଗ ପରିଚାଳନା କରିଥିଲେ । ଦ୍ବିତୀୟ କାର୍ଯ୍ୟକ୍ରମ ଭାବେ ଅଣଛାତ୍ର ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାର  ହିମାନସୁ ଶେଖର ବରପଣ୍ଡା, ରଞ୍ଜିତା ବରପଣ୍ଡା, ସୁଧୀର ମହାପାତ୍ର, ସଞ୍ଚାଲୀ ମୁଖର୍ଜି ଏବଂ ରାଜେଶ ପାଢ଼ୀ ପରିଚାଳନା କରିଥିବାବେଳେ ନଅ ଗୋଟି ଗ୍ରୁପ ଅଂଶଗ୍ରହଣ କରିଥିଲେ । ମହିଳା ହାସଲକାରି ଙ୍କ ଦ୍ଵାରା ଆକାଂକ୍ଷା ପ୍ରଦର୍ଶନ କରିଥିବାବେଳେ ଚତୁର୍ଥ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ କଳାକାର ଛାତ୍ର ଛାତ୍ରୀ  ଙ୍କ ଦ୍ଵାରା ବିଶ୍ଵ ଦେଖ ମଧୁମୟ ପରିବେଷଣ ରେ ନାଚ ଗୀତ ଦର୍ଶକଙ୍କୁ ଆକର୍ଷିତ କରିଥଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲା ଧନୁଯାତ୍ରା ପୂର୍ବତନ କଂସ ମହାରାଜା ଗୋପାଳ ସାହୁ ଯୋଗ ଦେଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done