ଝାରସୁଗୁଡ଼ା ୩୧ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ସରବାହାଲ ସ୍ଥିତ ଅନୁଷ୍ଠିତ ୨୨ ତମ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲ୍ ଦୁଲି ୨୦୨୪ ଓ ପଞ୍ଚଦିବସୀୟ ପଲ୍ଲୀଶ୍ରୀ ମେଳା ର ଆଡମ୍ବର ସହ ଶୁଭାରମ୍ଭ ହୋଇଯାଇଅଛି।ଝାରସୁଗୁଡ଼ା ଇଷ୍ଟ ଝାଡେଶ୍ୱର ବାବା ଙ୍କ ମନ୍ଦିର ରୁ ବିରାଟ ଶୋଭାଯାତ୍ରା ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସ୍ୱେଚ୍ଛା ସେବୀ ସଂଗଠନ ପକ୍ଷରୁ ବାହାରି ପୁରୁନାବସ୍ତି ଛକ ଦେଇ କନକ ଦୁର୍ଗା ମନ୍ଦିର ପହଞ୍ଚି ଥିଲା। ଦୁର୍ଗା ମନ୍ଦିର ଠାରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଓ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କ ସହ ଶରତ ତ୍ରୀପାଠୀ, ତୁଳସୀ ଦାସ ପୂଜାର୍ଚ୍ଚନା କରି ଝଣ୍ଡାଛକ, ମନମୋହନ ଏମ ଇ ସ୍କୁଲ୍ ଦେଇ ସରବାହାଲ୍ ହାଇ ସ୍କୁଲ ସ୍ଥିତ ଖେଲ ପଡିଆ ଠାରେ ଅନୁଷ୍ଠିତ ଦୁଲ ଦୁଲି ମହୋତ୍ସବ ମଣ୍ଡପ କୁ ପହଞ୍ଚିଥିଲେ। ଶୋଭାଯାତ୍ରା ସମୟରେ ବିଭିନ୍ନ ସ୍ଥାନ ମାନଙ୍କରେ ଅନେକ ସଂଗଠନ ପକ୍ଷରୁ ସ୍ଵାଗତ କରାଯାଇଥିଲା ।ଦୁଲ ଦୁଲି ୨୦୨୪ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ଉଦଘାଟନି ଉତ୍ସବ ରେ ମୂଖ୍ୟ ଅତିଥି ଭାବରେ ମାନ୍ୟବର ବରଗଡ଼ ସାଂସଦ ସୁରେଶ ପୂଜାରୀ ଏଵଂ ଓଡ଼ିଶା ସରକାର ଙ୍କ ଶିଳ୍ପ ବୟନ ମନ୍ତ୍ରୀ ରିତା ସାହୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଝାରସୁଗୁଡ଼ା ପୌର ପରିଷଦ ଅଧ୍ୟକ୍ଷା ରାନି ହାତି, ବ୍ଲକ ଅଧ୍ୟକ୍ଷା ଚିତ୍ରାଣି ପଟେଲ , ଏମ ସି ଏଲ ସି ଏମ ଡି ଉଦୟ ଏ କାଉଲେ, ବେଦାନ୍ତା ସି ଓ ଓ ସୁନିଲ ଗୁପ୍ତା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
0 Comments