ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନାଇୱାନେ ଙ୍କ ତତ୍ୱାବଧାନ ରେ ଜିଲ୍ଲା ସ୍ତରରୀୟ ଶିଶୁ ସୁରକ୍ଷା କମିଟି ତଥା ଜିଲ୍ଲା ଟାସ୍କଫୋର୍ସ ର ତ୍ରୋୟୋ ମାସିକ ବୈଠକ ସ୍ଥାନୀୟ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସ୍ତର ରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଯଥା ମିଶନ ବାସଲ୍ୟ, ବିଜୁ ଶିଶୁ ସୁରକ୍ଷା ଯୋଜନା, ବେଟି ବଚାଓ ବେଟି ପଢ଼ାଓ, ବିଜୁ କନ୍ୟା ରତ୍ନ ଯୋଜନା, ବାଲ୍ୟ ବିବାହ ନିରୋଧ ଆଇନ, ତଥା ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କତ କମିଟି ର ରୂପରେଖ ଇତ୍ୟାଦି ଉପରେ ଜିଲ୍ଲପାଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଏହାର ତଦାରଖ କରିଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁନନ୍ଦ ମହାରଣା କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ବିଗତ ଶେଷ ତିନି ମାସ ର କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିବା ସହିତ ଏଜେଣ୍ଡା ଅନୁଯାଇ ଆଗାମୀ ଦିନ ର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ l ଜିଲ୍ଲା କୁ ଶିଶୁ ଶ୍ରମିକ ମୁକ୍ତ କରିବା ସହିତ ବିଗତ ଦିନ ରେ ଉଦ୍ଧାର ହୋଇଥିବା ଶିଶୁ ମାନଂକୁ କିପରି ସମାଜ ର ମୁଖ୍ୟ ସ୍ରୋତ କୁ ଫେରା ଯାଇ ପାରିବ ଓ ସେମାନଙ୍କ ର ଉପଯୁକ୍ତ ଥଇଥାନ କରାଯାଇ ପାରିବ ସେ ଉପରେ ଦେଇ ଜିଲ୍ଲାପାଳ ଏହାର ଶୀଘ୍ର ନିରାକରଣ ପାଇଁ ନିର୍ଦେଶ ଦେଇ ଥିଲେ l ଆଜିର ଏହି ବୈଠକ ରେ ଅତିରିକ୍ତ ଜିଲାପାଳ ଶ୍ରୀ ବ୍ରଜବନ୍ଧୁ ଭୋଇ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକରୀ, ଶିଶୁ କଲ୍ୟାଣ କମିଟି ସଦସ୍ୟ, କିଶୋର ନ୍ୟାୟ ବୋର୍ଡ ସଦସ୍ୟ, ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ ର ମୁଖ୍ୟ,ଗୋଷ୍ଠୀ ଉନୟନ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ତଥା ଜିଲ୍ଲା ର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମ କର୍ମକର୍ତା ଉପସ୍ଥିତ ଥିଲେ l
0 Comments