କୋଲାବିରା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ରେ ‘ନୂଆ- ଓ’ ଓଡ଼ିଆ ଭାଷା ସାହିତ୍ୟ ପକ୍ଷରୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥଙ୍କ ରଥ ପରିକ୍ରମା ପ୍ରକଳ୍ପ ଓ ଓଡ଼ିଆ ସାହିତ୍ୟ ଓ ଭାଷା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି l ଏହି ଅବସରରେ ଅଧ୍ୟକ୍ଷ ସୁଶୀଲ କୁମାର ନାୟକଙ୍କ ସଭାପତିତ୍ୱରେ ଉଦଯାପିତ ସଭାରେ ମହାବିଦ୍ୟାଳୟର ପରିଚାଳନା କମିଟି ର ସଭାପତି ରଘୁରାମ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସରୋଜ କୁମାର ପଟେଲ, Dr ନରେଶ ସାହୁ, ନୃପରାଜ ଭୋଇ ଯୋଗଦେଇ ଥିଲେ । ଗଳ୍ପ ରଚନା, ଓଡ଼ିଆ ଭଜନ ଗାନ, ଓଡ଼ିଆ କୁଇଜ ପ୍ରତିଯୋଗିତା, ଓଡ଼ିଆ ଲୋକ ନୃତ୍ୟ,କବିତା ପାଠ, ଓଡ଼ିଆ ହସ୍ତାକ୍ଷର, ଆଦି ପ୍ରତିଯୋଗିତା ଅଯୋଜିତ ହୋଇଥିଲା l ଅଧ୍ୟାପକ ରୋହିତ ଖରସେଲ, ଅଧ୍ୟାପିକା ସସ୍ମିତା ବେହେରା , ଅଧ୍ୟାପିକା ଋତୁପୂର୍ଣ୍ଣା ଧୁରୁଆ,ନମିତା ପଟେଲ, ସରିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
0 Comments