ଲୋକାର୍ପଣ ହେବ ଆଜି ସମଲେଶ୍ଵରୀ ମନ୍ଦିରରେ ଆରମ୍ଭ ହୋଇଥିବା ସମଲେଇ ଯୋଜନା ।
ସମ୍ବଲପୁର ସହରରେ ଆରମ୍ଭ ହୋଇଥିବା ସମଲେଇ ପ୍ରକଳ୍ପ କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବେ । ବିମାନ ଯୋଗେ ଆଜି ମୁଖ୍ୟମନ୍ତ୍ରୀ ଜମାଦାରପାଲି ଏୟାର୍ ଷ୍ଟ୍ରିପ୍ ରେ ୧୨ ଘଟିକାରେ ବିମାନ ଯୋଗେ ପହଞ୍ଚିବେ ଏବଂ ସେଠାରୁ ସେ ସମଲେଇ ମନ୍ଦିରକୁ ପହଂଚିବେ । ସେଠାରେ ମୁଖ୍ୟମନ୍ତ୍ରୀ ରହି ମାଁ ସମଲେଶ୍ଵରୀଙ୍କୁ ଦର୍ଶନ କରିବେ । କାଲି ଠାରୁ କଳସ ଯାତ୍ରା ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏଥିରେ ହଜାର ହଜାର ମହିଳା ସାମିଲ ହୋଇଥିଲେ । ସମସ୍ତ କଳସକୁ ମନ୍ଦିର ପରିସରରେ ରଖାଯାଇଥିବା ବେଳେ ଆଜି ହୋମଯଜ୍ଞ ଆରମ୍ଭ ହେବ । ତେବେ ସମଲେଇ ପ୍ରକଳ୍ପର ଲୋକାର୍ପଣ ଏବଂ ଦେବନୀତି ଯୋଗୁଁ ଆଜି ସକାଳ ୯ ଟା ସମୟରୁ ଅପରାହ୍ନ ୨ ଟା ସମୟ ପର୍ଯ୍ୟନ୍ତ ସମଲେଶ୍ଵରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ୍ ରହିବ ।
0 Comments