ସାଧାରଣତନ୍ତ୍ର ଦିବସରେ ପ୍ରଥମ ସ୍ଥାନ ଅକ୍ତିଆର କଲା ଓଡିଶାର ପ୍ରଜ୍ଞାପନ ମେଢ


 ଇତିହାସ ରଚିଲା ଓଡ଼ିଶା ର ପ୍ରଜ୍ଞାପନ ମେଢ । ସାଧାରଣତନ୍ତ୍ର ଦିବସରେ ପ୍ରଥମ ସ୍ଥାନ ଅକ୍ତିଆର କଲା ଓଡିଶାର ପ୍ରଜ୍ଞାପନ ମେଢ । ବାଜି ମାରିଲା ଓଡିଶାର ପ୍ରଜ୍ଞାପନ ମେଢ଼ । ଚଳିତ ସାଧାରଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଯାହା ବିଚାରକ ମଣ୍ଡଳୀଙ୍କୁ ସବୁଠାରୁ ଅଧିକ ପସନ୍ଦ ଆସିଛି ଏବଂ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରଥମ ପୁରସ୍କାର ମିଳିଛି । ଓଡିଶାର ପ୍ରଜ୍ଞାପନ  ମେଢରେ ଓଡିଶାର କଳା କାରିଗରୀ ଦେଖିବାକୁ ମିଳିଥିଲା । ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର  ଶିଳ୍ପକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା ।  ଏହା ମାଧ୍ୟମ ରେ ଓଡ଼ିଶା ରେ କିଭଳି ନାରୀ ସଶକ୍ତିକରଣ କୁ ଦୃଷ୍ଟି ଦିଆଯାଉଛି ତାହା ମଧ୍ୟ ଦର୍ଶାଯାଇଥିଲା। କେବଳ ସେତିକି ନୁହେଁ ଏହି କର୍ତ୍ତବ୍ୟ ପଥରେ ଖୁବ୍ ସୁନ୍ଦର ଭାବରେ ଓଡ଼ିଶାର କଳା ସଂସ୍କୃତି ପ୍ରଦର୍ଶିତ ହେବା ସହିତ ସମ୍ବଲପୁରୀ ନୃତ୍ୟରେ କର୍ତ୍ତବ୍ୟ ପଥ ଦୁଲୁକି ଉଠିଥିଲା । ସମ୍ବଲପୁର ନୃତ୍ୟ ଦେଖି ସମସ୍ତେ ବିମୋହିତ ହୋଇ ଉଠିଥିଲେ । ତେବେ ଓଡ଼ିଶାର ଏହି କଳା ସଂସ୍କୃତି ଦିଲ୍ଲୀ ଦରବାରରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ଓଡ଼ିଶା ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ପାଇବା ପରେ ଓଡ଼ିଶାବାସୀଙ୍କ ମଧ୍ୟରେ ଉତ୍ସାହ ଭାରିଯାଇଛି । ସମସ୍ତେ ନିଜକୁ ଓଡ଼ିଆ ମାନେକରି ଗର୍ବ ଅନୁଭବ କରୁଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done