ନୂଆ - ଓ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ ଯାପନୀ ସମାରୋହ


 ଜିଲ୍ଲାରେ ଚଳିତ ମାସ ୯ ଓ ୧୦ ଦୁଇଦିନ ବ୍ୟାପି  ନୂଆ - ଓ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ ଯାପନୀ ସମାରୋହଅନୁଷ୍ଠିତହୋଇଛି। କବାଡ଼ି,ହକି,ଭଲିବଲ,ଫୁଟବଲ,ଖୋ-ଖୋ ଓ କ୍ରିକେଟ ଛ'ଟି ପ୍ରତିସ୍ପର୍ଦ୍ଧାରେ ବିଜେତା ଓ ଉପ ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଜିଲ୍ଲାରେ ଦୁଇଟି ସ୍ଥାନରେ ନୂଆ - ଓ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଚ କଟପାଲିଠାରେ ଅନୁଷ୍ଠିତ ସମାରୋହରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଓ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ଏବଂ ଓ ଏସ୍ ଏ ପି ପଡ଼ିଆଠାରେ ଅନୁଷ୍ଠିତ ସମାରୋହରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର ଓ ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ଅତିଥି ଭାବରେ ଯୋଗ ଦେଇ ବିଜେତା ଓ ଉପ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ବିଜେତାଙ୍କୁ ପଚାଶ ହଜାର ଓ ଉପ ବିଜେତାଙ୍କୁ ତିରିଶ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି। ବ୍ଲକ ଓ ପୌରପାଳିକା ସ୍ତରରୁ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ  ଜିଲ୍ଲା ସ୍ତରରେ ଶ୍ରେଷ୍ଠ ଦଳମାନଙ୍କ  ମଧ୍ୟରେ ଚୂଡ଼ାନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କ୍ରିକେଟ(ପୁରୁଷ)ରେ ଝାରସୁଗୁଡ଼ା ପୌରପାଳିକା ଦଳ  ବିଜେତା ଓ ବ୍ରଜରାଜନଗର ପୌରପାଳିକା ଦଳ ଉପ ବିଜେତା,କ୍ରିକେଟ(ମହିଳା)ରେ କୋଲାବିରା ବ୍ଲକ ବିଜେତା ଓ କିର୍ମିରା ବ୍ଲକ ଉପବିଜେତା , ହକି(ପୁରୁଷ)ରେ ଲଇକେରା ବ୍ଲକ ବିଜେତା ଓ କିର୍ମିରା ବ୍ଲକ ଉପବିଜେତା , ମହିଳା ହକିରେ  ଝାରସୁଗୁଡା ପୌରପାଳିକା ଦଳ ବିଜେତା ଓ ଲଖନପୁର ବ୍ଲକ ମହିଳା ଦଳ ଉପବିଜେତା ହୋଇଥିବା ବେଳେ କବାଡ଼ି(ପୁରୁଷ)ରେ ବ୍ରଜରାଜନଗର ପୌରପାଳିକା ଦଳ ବିଜେତା ଓ ଝାରସୁଗୁଡା ପୌରପାଳିକା ଦଳ ଉପବିଜେତା, କବାଡ଼ି(ମହିଳା)ରେ ବ୍ରଜରାଜନଗର ପୌରପାଳିକା ଦଳ ବିଜେତା ଓ କିର୍ମିରା ବ୍ଲକ ମହିଳା ଦଳ ଉପବିଜେତା , ଖୋ-ଖୋ(ମହିଳା)ରେ ଝାରସୁଗୁଡ଼ା ବ୍ଲକ ଦଳ ବିଜେତା ଓ କିର୍ମିରା ବ୍ଲକ ଦଳ ଉପବିଜେତା ,  ଖୋ-ଖୋ (ପୁରୁଷ)ରେ ଝାରସୁଗୁଡ଼ା ପୌରପାଳିକା ଦଳ ବିଜେତା ଓ କିର୍ମିରା ବ୍ଲକ ଦଳ ଉପବିଜେତା, ଭଲିବଲ(ମହିଳା)ରେ ଲଖନପୁର ବ୍ଲକ ଦଳ ବିଜେତା ଓ ଝାରସୁଗୁଡ଼ା ପୌରପାଳିକା ଦଳ ଉପବିଜେତା,ପୁରୁଷ ଭଲିବଲରେ ଲଖନପୁର ବ୍ଲକ ଦଳ ବିଜେତା ଓ ବେଲପାହାଡ଼ ପୋୖର ପାଳିକା ଦଳ ଉପବିଜେତା, ପୁରୁଷ ଫୁଟବଲରେ ଝାରସୁଗୁଡ଼ା ପୌରପାଳିକା ଦଳ ବିଜେତା ଓ କିର୍ମିରା ବ୍ଲକ ଦଳ ଉପବିଜେତା ଏବଂ ମହିଳା ଫୁଟବଲରେ ଝାରସୁଗୁଡା ବ୍ଲକ ଦଳ ବିଜେତା ଓ ବ୍ରଜରାଜନଗର  ପୌରପାଳିକା ଦଳ ଉପବିଜେତା ଆଖ୍ୟା  ଅର୍ଜନ କରିଛନ୍ତି ।କ୍ରୀଡ଼ା ପ୍ରତିଯୋଗିତା ଆୟୋଜନରେ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ , କର୍ମଚାରୀ ଓ କ୍ରୀଡ଼ାପ୍ରେମୀମାନେ ସହଯୋଗ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done