ଭାରତୀୟ ଜନତା ପାର୍ଟି ବନ୍ଧବାହାଲ ମଣ୍ଡଳର ଏକ ମଣ୍ଡଳ ସ୍ଥରୀୟ କାର୍ଯ୍ୟକର୍ତା ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି


 ଆଜି ଭାରତୀୟ ଜନତା ପାର୍ଟି ଲଖନପୁର ବ୍ଲକ ଅନ୍ତର୍ଗତ ବନ୍ଧବାହାଲ ମଣ୍ଡଳ ର ସଭାପତି ଶ୍ରୀ ହେମନ୍ତ ପଟେଲ ଙ୍କ ସଭାପତିତ୍ୱ ରେ ଏକ ମଣ୍ଡଳ ସ୍ଥରୀୟ କାର୍ଯ୍ୟକର୍ତା ମିଳନ କାର୍ଯ୍ୟକ୍ରମ ତେଲେନପାଲି ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି  | ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ଲଖନପୁର ଜୋନ 3 ଶ୍ରୀ ସାମଲ ନାଏକ, ଜ଼ିଲ୍ଲା ସାଂସଦ ପ୍ରତିନିଧି ଶ୍ରୀ ରଘୁନନ୍ଦନ ପଣ୍ଡା, ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଆଲୋକ କୁମାର ସାହୁ, ଜ଼ିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ରୀନା ପଟେଲ ଙ୍କ ଉପସ୍ଥିତି ରେ ନୂତନ କାର୍ଯ୍ୟକର୍ତା ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ତତ ମଧ୍ୟ ରୁ ତେଲେନପାଲି ପଞ୍ଚାୟତ ରୁ ଅମରଜିତ ଡୁଙ୍ଗ ଡୁଙ୍ଗ,ପ୍ରତାପ କୁଜୁର, ସୁଜିତ କୁଜୁର, ଲୁଦ୍ରଦେବ ଚନ୍ଦନ, ଦାମ ପଳେଇ, କୁମ୍ଭାରବନ୍ଧ ପଞ୍ଚାୟତ ରୁ ସୁନୀଲ ନାଏକ ଓ ସମଗ୍ର 3 ନମ୍ବର ଜୋନ ର ଶତାଧିକ କର୍ମୀ ବିଜେଡି ଛାଡି ମୋଦୀ ଗେରେଣ୍ଟି ଉପରେ ଭରସା କରି ଭାରତୀୟ ଜନତା ପାର୍ଟି ରେ ବିଦ୍ଧି ବଦ୍ଧ ଭାବରେ ସାମିଲ ହୋଇଛନ୍ତି | ଏବଂ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଶେଷ ହେବା ପରେ ଆଗାମୀ ସାଧାରଣ ନିର୍ବାଚନ ଉପରେ ବିଶେଷ ଭାବରେ ଚର୍ଚ୍ଚା ହୋଇଥିଲା ଓ ବିଜେପି କୁ କେମିତି ବନ୍ଧବାହାଲ ମଣ୍ଡଳ ରେ ନିର୍ବାଚନ ରେ ଭଲ ପରିମାଣ ହେବ ତା ଉପରେ ଚର୍ଚ୍ଚା ହୋଇଥିଲା ସର୍ବ ଶେଷରେ ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ସେଠ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ

1)ନୀଳାଞ୍ଚଳ ସା ପୂର୍ବତନ ମଣ୍ଡଳ ସଭାପତି

2)ବିଶ୍ୱଜିତ ଭୋଇ ପୂର୍ବତନ ମଣ୍ଡଳ ସଭାପତି

3)ବିଶ୍ୱଜିତ ଷଡ଼ଙ୍ଗୀ ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି

4)ସୁଶାନ୍ତ ଖମାରି ମଣ୍ଡଳ ସାଧାରଣ ସମ୍ପାଦକ

5)ପ୍ରଶାନ୍ତ ତ୍ରିପାଠୀ

6)କେଶବ ନାଏକ

7)ସୁରେନ୍ଦ୍ର ବିଶ୍ୱାଳ

8)ଖେମା ଚନ୍ଦନ

9)ମାନସ ପଧାନ

10)ମୁରଲୀ ପଧାନ

ଓ 10 ଗୋଟି ପଞ୍ଚାୟତ ର ପଞ୍ଚାୟତ ପ୍ରମୁଖ ସହ ପ୍ରମୁଖ ସମଗ୍ର 49 ଗୋଟି ର ବୁଥ ପ୍ରମୁଖ ଓ ମଣ୍ଡଳ ର 7 ଗୋଟି ମୋର୍ଚ୍ଚା ର ପୂର୍ଣ୍ଣାଙ୍ଗ କମିଟି ଏବଂ ମଣ୍ଡଳ ର ସମ୍ପୂର୍ଣ କମିଟି ଏହି ବୈଠକ ରେ ଉପସ୍ଥିତ ଥିଲେ  |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done