ଇଭିଏମ୍ ଡେମନଷ୍ଟ୍ରେସନ ସେଣ୍ଟର ଉଦଘାଟିତ


 ସାଧାରଣ ନିର୍ବାଚନରେ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ଭିଭିପାଟ ବ୍ୟବହାର କରାଯିବ। ଭିଭିପାଟ ଓ ବାଲାଟ ୟୁନିଟ ସଂଯୁକ୍ତ ଭାବରେ ମତଦାନ କୋଠରୀରେ ରଖାଯିବ। ଭିଭିପାଟର ଏକ ସ୍ୱଚ୍ଛ ପରଦା ରହିଛି ଯାହା ମାଧ୍ୟମରେ ଭୋଟ ଦେଇଥିବା ପ୍ରାର୍ଥୀଙ୍କ ତଥ୍ୟ ମୁଦ୍ରିତ କାଗଜ ସ୍ଲିପରେ ଦେଖାଯିବ । ସ୍ଲିପରେ ପ୍ରାର୍ଥୀଙ୍କ ନାମ,କ୍ରମିକ ସଂଖ୍ୟା ଏବଂ ମତଦାନ ଚିହ୍ନ ଥାଇ ମୁଦ୍ରିତ କାଗଜ ସାତ ସେକେଣ୍ଡ ପର୍ଯ୍ୟନ୍ତ ଦେଖାଯିବ। ସାତ ସେକେଣ୍ଡ ପରେ ଏହି ମୁଦ୍ରିତ କାଗଜ ସ୍ଲିପ ସ୍ୱୟଂ ଚାଳିତ ଭାବରେ କଟିଯାଇ ସିଲ କରାଯାଇଥିବା ବାକ୍ସ ମଧ୍ୟରେ ପଡ଼ିଯିବ।  ମତଦାଵ ସମ୍ବନ୍ଧୀୟ ଏହି ସଚେତନତା ଜନସାଧାରଣଙ୍କୁ ଜଣାଇବା ଉଦ୍ଦେଶ୍ୟରେ ଇଭିଏମ୍ ଡେମନଷ୍ଟ୍ରେସନ ସେଣ୍ଟର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆବୋଲୀ ସୁନିଲ ନରୱଣେଙ୍କ ଦ୍ଵାରା ଉଦଘାଟିତ ହୋଇଛି। ଜିଲ୍ଲା କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନସାଧାରଣ ଇଭିଏମ୍ ଓ ଭିଭିପାଟର କାର୍ଯ୍ୟକାରିତା ସମ୍ପର୍କରେ ଜାଣିବାର ସୁଯୋଗ ନେଇପାରିବେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ବ୍ରଜବନ୍ଧୁ ଭୋଇ, ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done