ଶ୍ରୀ ମନ୍ଦିର ପ୍ରକଳ୍ପ ପରିକ୍ରମା କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ଅର୍ପଣ ରଥ ପରିକ୍ରମା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି


 ଶ୍ରୀ ମନ୍ଦିର ପ୍ରକଳ୍ପ ପରିକ୍ରମା କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ସୁଦ୍ଧା   ଜିଲ୍ଲାର  ପ୍ରାୟ ସମସ୍ତ ଅଞ୍ଚଳରେ ଅର୍ପଣ ରଥ ପରିକ୍ରମା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂକୀର୍ତ୍ତନ ମାଧ୍ୟମରେ ଶ୍ରଦ୍ଧାଳୁ ଭକ୍ତମାନେ ରଥକୁ ନିଜ ନିଜ ଅଞ୍ଚଳରେ ଭକ୍ତିର ସହ ପରିକ୍ରମା କରାଇଛନ୍ତି।ସେହିପରି ପ୍ରତ୍ୟେକ ଘରୁ ଅକ୍ଷତ ଓ ଗୁଆ ସଂଗ୍ରହ କରାଯାଇଛି। ଜିଲ୍ଲାର ୭୮ପଞ୍ଚାୟତରୁ ୭୬ ପଞ୍ଚାୟତର ୩୪୦ଗ୍ରାମ ଓ ୩ଟି ପୋୖର ପରିଷଦର ୬୬ଟି ୱାର୍ଡ଼ରୁ ୬୫ଟି ୱାର୍ଡ଼ରେ  ରଥ ପରିକ୍ରମା ସରିଛି। କିର୍ମିରା ବ୍ଲକ ଅନ୍ତର୍ଗତ ୮ଟି ପଞ୍ଚାୟତର ୪୧ଟି ଗ୍ରାମ,କୋଲାବିରାର ୯ଟି ପଞ୍ଚାୟତର ୪୬ଟି ଗ୍ରାମ,ଝାରସୁଗୁଡ଼ାର ୧୭ଟି ପଞ୍ଚାୟତର ୭୨ଟି ଗ୍ରାମ,ଲଖନପୁରର ୩୩ଟି ପଞ୍ଚାୟତର ୧୪୬ଟି ଗ୍ରାମ ଓ ଲଇକେରା ବ୍ଲକର ୧୧ଟି ପଞ୍ଚାୟତରୁ ୯ଟି ପଞ୍ଚାୟତର ୩୫ଟି ଗ୍ରାମରେ  ଅର୍ପଣ ରଥ ପରିକ୍ରମା ସରିଛି। ସେହିପରି    ବେଲପାହାଡ଼ ପୌର ପରିଷଦର ୧୯ଟି ୱାର୍ଡ଼ ଓ ବ୍ରଜରାଜନଗର ପୋୖର ପରିଷଦର ୨୩ଟି ୱାର୍ଡ଼ରେ ଅର୍ପଣ ରଥ ପରିକ୍ରମା ସରିଥିବା ବେଳେ ଝାରସୁଗୁଡ଼ା ପୋୖର ପରିଷଦର ୨୪ଟି ୱାର୍ଡରୁ ୨୩ଟି ୱାର୍ଡ଼ରେ ଅର୍ପଣ ରଥ ପରିକ୍ରମା ସରିଛି। ଶ୍ରଦ୍ଧାଳୁ ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନି ଦେଇ ନିଜ ନିଜ ଅଞ୍ଚଳରେ ଅର୍ପଣ ରଥ ପରିକ୍ରମା କରାଇଛନ୍ତି। ସେହିପରି ଶ୍ରଦ୍ଧା ଓ ଭକ୍ତିର ସହ ଜନସାଧାରଣ ଗୁଆ ଓ ଚାଉଳ ଅର୍ପଣ କରିଛନ୍ତି।ମହିଳାମାନଙ୍କ ଦ୍ୱାରା ଝୋଟି ଓ ମୁରୁଜରେ ସବୁ ଅଞ୍ଚଳରେ ଅର୍ପଣ ରଥକୁ ସ୍ୱାଗତ କରାଯାଇଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done