ଓଡ଼ିଶା ସ୍କୁଲ୍ ହକିରେ ସ୍ଥାନ ପାଇଲେ ଝାରସୁଗୁଡ଼ାର ଝିଅ ରାଜେଶ୍ୱରୀ ନାୟକ


 ଓଡ଼ିଶା ସ୍କୁଲ୍ ହକିରେ ସ୍ଥାନ ପାଇଲେ ଝାରସୁଗୁଡ଼ାର ଝିଅ ରାଜେଶ୍ୱରୀ ନାୟକ । ରାଜେଶ୍ୱରୀ ଝାରସୁଗୁଡ଼ା ଜିଲ୍ଲା ଜବାହର ନବୋଦୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ରାଜେଶ୍ୱରୀ ମାତ୍ର ୨୦ ମାସ ମଧ୍ୟରେ ହକି ଖେଳରେ ନିଜର ପରିଚୟ ଓଡ଼ିଶାରେ ସୃଷ୍ଟି କରି କରିଛନ୍ତି । ସେ ଓଡ଼ିଶା ସ୍କୁଲ୍ ହକି ଦଳରେ ଗୋଲକିପର ଭାବରେ ମନୋନୀତ ହୋଇଛନ୍ତି । ଆସନ୍ତା ୨୯ ତାରିଖରେ କର୍ଣ୍ଣାଟକ ରେ ହେବାକୁ ଥିବା ଜାତୀୟସ୍ତର ସ୍କୁଲ୍ ହକି ପ୍ରତିଯୋଗିତରେ ରାଜେଶ୍ୱରୀ ଓଡ଼ିଶା ହକି ଦଳ ସହିତ ଯାତ୍ରା କରିବେ । ସୂଚନା ଅନୁସାରେ ୨୦୧୦ ଅଗଷ୍ଟ ୪ରେ ଜନ୍ମିତ ରାଜେଶ୍ୱରୀ ଝାରସୁଗୁଡ଼ା ଜିଲ୍ଲାର ସିନିୟର୍, ଜୁନିଅର୍ ଓ ସବ୍ ଜୁନିଅର୍ ହକି ଦଳର ଗୋଲକିପର ଭାବରେ ଖେଳୁଛନ୍ତି । ସେ ଗତ ବର୍ଷ କଳିଙ୍ଗ ଷ୍ଟାଡିୟମ୍ ରେ ଗୋଲକିପର ଭାବରେ ପ୍ରଶିକ୍ଷଣ ନେଇଥିଲେ । ତେବେ ଓଡ଼ିଶା ସ୍କୁଲ୍ ହକି ରେ ରାଜେଶ୍ୱରୀଙ୍କୁ ସ୍ଥାନ ମିଳିବା ପରେ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର୍ କୁମାର ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ରାଜେଶ୍ୱରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ହକି ଆସୋସିଏସନ୍ ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡଃ ଦିଲୀପ କୁମାର ତିର୍କି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇ ଜିଲ୍ଲା ହକି ଆସୋସିଏସନ୍ ର ଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ । ତେବେ ଆଷ୍ଟ୍ରେଟର୍ପ ପଡ଼ିଆରେ ଅଭ୍ୟାସ ହେଲେ ଝାରସୁଗୁଡ଼ାର ଅଧିକ ବାଳକ, ବାଳିକା ଓଡ଼ିଶା ତଥା ଭାରତୀୟ ଦଳରେ ସ୍ଥାନ ପାଇ ପାରିବେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done