ଆଜି ବିଦ୍ୟାଳୟ ସମୂହ ଝାରସୁଗୁଡା ଦଳର ଖୋ ଖୋ U-17 ବାଳକ ଓ ବାଳିକା ବର୍ଗ ଅନୁଗୁଳ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାତ୍ରା କରିଛନ୍ତି ଉଭୟ ଦଳରୁ 12/12 ଜଣ ଖେଳାଳି ଥିବା ବେଳେ ମ୍ୟାନେଜେର ଭାବେ ଆଦିତ୍ୟ ପ୍ରସାଦ ମେହେର ଓ କୋଚ ଭାବେ ସୁନିତା ସିଂ ରହିଛନ୍ତି l ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଂଜ଼, ଅତିରିକ୍ତ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଘୁଟା ଓ ପ୍ରଦୀପ୍ତ କୁମାର ସା ତଥା ଅନ୍ୟ କର୍ମଚାରୀ ଦଳକୁ ଶୁଭେଚ୍ଛା ଜଣେଇଛନ୍ତି l ସେହିପରି ଅନ୍ୟପଟେ ଜିଲ୍ଲାର ଯୋଗା ଓ ଚେସ ଦଳ ଢେଙ୍କାନାଳ ରେ ହୋଇଯାଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲା ପାଇଁ ଅପୂର୍ବ ସଫଳତା ଆଣିଛନ୍ତି l ସର୍ବମୋଟ ଦଳରେ 22 ଜଣ ପ୍ରତିଯୋଗୀ ଥିବାବେଳେ ମ୍ୟାନେଜେର ଭାବେ ଯୋଗା୍ଚର୍ଯ୍ୟ ମହେନ୍ଦ୍ର ପଧାନ, ଜାଗ୍ନେଶ୍ୱର ରନବିଡା ଓ କୋଚ ଭାବେ ନିବେଦିତା ପାଇକରାୟ ଓ ମିସ ପୁନମ ଥିଲେ l ଚେସ ଦଳରେ କନିଷ୍କା ନାୟକ ଏବଂ ଯୋଗା ରେ କଳ୍ପନା ଯାଦବ ଓ ଜlନବୀ ଯାଦବ ମୋଟ ତିନିଜଣ ଜାତୀୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ ବୋଲି ଶାରୀରିକ ଶିକ୍ଷାଧିକାରୀ ବିମଲ କୁମାର ତାଣ୍ଡି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l
ଜିଲ୍ଲାର ଖେଳାଳି, କ୍ରୀଡ଼ାବିତ ଓ କ୍ରୀଡା ସଂଗଠନ ଏହାକୁ ସ୍ୱାଗତ କରିଛନ୍ତି l
0 Comments