ଝାରସୁଗୁଡା ଜିଲ୍ଲା ଲୋଇସିଂ ପଂଚାୟତ ଚାରଭାଟି ଗ୍ରାମ ରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି


 ଝାରସୁଗୁଡା ଜିଲ୍ଲା ଲୋଇସିଂ ପଂଚାୟତ ଚାରଭାଟି ଗ୍ରାମ ରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଯୁବ ବିଜେପି ନେତା ରାଧେଶ୍ୟାମ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ଗ୍ରାମଦେବୀ ଠାରେ ପୁଜାଅର୍ଚନା କରି , ଗ୍ରାମ ବାସୀମାନଂକ ଘର ଏବଂ ତୁଳସି ଚଉରା ରୁ ମାଟି ସଂଗ୍ରହ କରାଯାଇଛି l ଏହି ଅବସରରେ ରାଧେଶ୍ୟାମ ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ନାମସଂକୀର୍ତ୍ତନ୍ୟ  କରି,ବନ୍ଦେ ମାତରମ, ଭାରତ ମାତା କି ଜୟ ର ସ୍ଲୋଗାନ ଦେଇ ଘରକୁ ଘର ଯାଇ ମାଟି ସଂଗ୍ରହ କରିଛନ୍ତି l ଏହି ମାଟି ଦିଲ୍ଲୀ ସ୍ଥିତ କର୍ତଵ୍ୟ ପଥରେ ସହିଦ ମାନଙ୍କ ସ୍ମୃତିରେ ତିଆରି ହେଉଥିବା ଅମ୍ରିତ ବଟିକା ନିର୍ମାଣ ରେ ବ୍ୟବହାର ହେବ ବୋଲି ଯୁବ ବିଜେପି ନେତା ରାଧେଶ୍ୟାମ ପ୍ରଧାନ ଲୋକଙ୍କୁ ବୁଝାଇବାସହ ସହଦି ଙ୍କ ସ୍ମୃତି ପାଇଁ ଅମ୍ରିତ ବାଟିକା ର ନିର୍ମାଣ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି l ମୋଦି ଅତୁଟ ଚିନ୍ତାଧାରା ଦେଶର ପ୍ରଗତୀ, ଏକତା ବିକାଶ ପାଇଁ ରହିଛି l ଯାହାଫଳରେ ପ୍ରତେକ ଦେଶବାସୀ ମୋଦିଙ୍କୁ ଯଶସ୍ବୀ କରାଇଛନ୍ତି l ମୋଦିଙ୍କ ନିସ୍ଵାର୍ଥପର ଦେଶ ସେବା, ସ୍ୱଚ୍ଛ ଭାବମୂର୍ତ୍ତି ଲୋକାଭିମୁଖୀ କାର୍ଯ୍ୟ ପ୍ରତେକ ଦେଶବାସୀଙ୍କୁ ଭାରତୀୟ ଜନତା ପାର୍ଟି ସହ ବାନ୍ଧି ରଖିଛି l ଏକତା ଏବଂ ଅଖଣ୍ଡତାର ସହ ବିକାଶ ପଥରେ ଦେଶକୁ ଆଗେଇ ନେଉଥିବା ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ବିକାଶର ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ବୋଲି ଯୁବ ବିଜେପି ନେତା ରାଧେଶ୍ୟାମ ପ୍ରଧାନ କହିଛନ୍ତି l ତେଣୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ମୁଠାକୁ ଟାଣ କରିବାସହ ତାଙ୍କସହ ବିକାଶର ପଥରେ ସାମିଲ ହେବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି ଯୁବ ବିଜେପି ନେତା ରାଧେଶ୍ୟାମ ପ୍ରଧାନ l ଏହି ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ରେ କ୍ଷୀରୋଦ ପ୍ରଧାନ ଦୌଲତ ପ୍ରଧାନ ,ରଂଜିତ ପ୍ରଧାନ ,ଗଜରାଜ  ପ୍ରଧାନ ,ପ୍ରମୋଦ  ପୋଡ଼ ,ଅକାଶ ପ୍ରଧାନ ବରୁଣ ତାଲୀ ମନବୋଧ ପ୍ରଧାନ ,ବିମଲ ପ୍ରଧାନ ,ପଦ୍ମିନୀ ପ୍ରଧାନ ,ନିରୁପମା ପ୍ରଧାନ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l

l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done