ଓରିଏଣ୍ଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ବିଭାଗ,ଝାରସୁଗୁଡା ଆନୁକୁଲ୍ୟରେ 17 ବର୍ଷ ବାଳକ ବିଭାଗର ଜିଲ୍ଲାସ୍ତରୀୟ ଏକଦିବସିୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ


 ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ବିଭାଗ,ଝାରସୁଗୁଡା  ଆନୁକୁଲ୍ୟରେ 17 ବର୍ଷ  ବାଳକ ବିଭାଗର ଜିଲ୍ଲାସ୍ତରୀୟ ଏକଦିବସିୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉକ୍ତ ପ୍ରତିଯୋଗିତା କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୁବିତା ରାଣୀ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ 100 ଜଣ ପ୍ରତିଯୋଗୀ ଓ 15 ଜଣ ନିର୍ଣ୍ଣାୟକ ଆସିଥିଲେ l ଆମ୍ବିଶନ କ୍ଲବ ର ମୁଖ୍ୟ ଶ୍ରୀ ଅନିରୁଦ୍ଧ କେ୍ୱଟ ଓ  ତାଙ୍କର ସହଯୋଗୀ ପ୍ରତ୍ୟକ୍ଷ ଭାବେ ପ୍ରତିଯୋଗିତା ରେ ସାମିଲ ହୋଇ ସହଯୋଗ କରିଥିଲେ l ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଖଗେଶ୍ୱର ପଟେଲ  ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ଏହି ପ୍ରତିଯୋଗିତା ଶାରୀରିକ ଶିକ୍ଷା ଅଧିକାରୀ ବିମଲ କୁମାର ତାଣ୍ଡି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l ଏଥିରୁ 16 ଜଣ ବଛା ଖେଳାଳି ଆସନ୍ତା ନଭେମ୍ବର ମାସରେ ସୁନ୍ଦରଗଡ଼ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତି ଯୋଗିତାରେ ଭାଗ ନେବେ ବୋଳି ଶ୍ରୀ ତାଣ୍ଡି ଗଣମାଧ୍ୟକୁ ସୂଚନା ଦେଇଛନ୍ତି l ଶାରୀରିକ ଶିକ୍ଷା ଶିକ୍ଷକ ମଧ୍ୟରେ ନିତ୍ୟାନନ୍ଦ ନାଏକ, ନିର୍ମଳ ବିଶ୍ୱାଳ, ଗୌର ଚନ୍ଦ୍ର ଭୋଇ, ମିତ୍ରଭାନୁ ସହି, ସୁକାନ୍ତ ବାଗ, ତ୍ରିଲୋଚନ ରଣା, ଶିବ ପଧାନ, ଅନାମିକା ଗୁପ୍ତା, ପ୍ରଜ୍ବଳ ପଟେଲ, ପ୍ରକାଶ ପଧାନ ଉପସ୍ଥିତ ଥିଲେ l ଶେଷରେ ବଂଶୀଧର ପଶାଏତ ଧନ୍ୟବାଦ ଅର୍ପଣ କରିଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done