ବରଙ୍ଗାମାଲ ଗ୍ରାମକୁ ରାସ୍ତା ଶୋଚନୀୟ


 ବରଙ୍ଗାମାଲ ଗ୍ରାମକୁ ରାସ୍ତା ଶୋଚନୀୟ । ବୁଡ଼ି ଅଞ୍ଚଳ ନିକଟବର୍ତ୍ତୀ ଗ୍ରାମକୁ ରାସ୍ତା ଶୋଚନୀୟ ହୋଇପଡ଼ିଛି । ଲଖନପୁର ବ୍ଲକ ଅନ୍ତର୍ଗତ ଜୋନ ୩ ଅନ୍ତର୍ଗତ ତିଲିଆ ପଞ୍ଚାୟତର ବରଙ୍ଗାମାଲ ଗ୍ରାମକୁ ଯାଇଥିବା ରାସ୍ତା ଏବେ ବସ୍ତିବାସିନ୍ଦା ଓ ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଗ୍ରାମରେ ବସବାସ କରୁଥିବା ସମସ୍ତ ପରିବାର ମହାନଦୀରୁ ମାଛମାରିବା ସହ ଚାଷ କାର୍ଯ୍ୟ କରି ଜୀବିକା ନିର୍ବାହ କରିଥାନ୍ତି । ହେଲେ ଏମାନଙ୍କୁ ସରକାର ସବୁ କ୍ଷେତ୍ରରେ ଅବହେଳା କରୁଥ‌ିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ବରଙ୍ଗାମାଲ ଗ୍ରାମରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପରିବାର ରୁହନ୍ତି । ବରଙ୍ଗାମାଲ ଗ୍ରାମବାସୀଙ୍କ ପାଇଁ ଏହା ଏକ ମାତ୍ର ମୁଖ୍ୟ ରାସ୍ତାରେ ଯିବା ଆସିବା  କରିଥାନ୍ତି । ଏହି ଏକ ମାତ୍ର ରାସ୍ତାରେ ଦୈନନ୍ଦିନ ଯାତାୟାତ କରିଥାନ୍ତି । ଗ୍ରାମର ଗୋଟିଏ ପାର୍ଶ୍ଵ ମହାନଦୀ ଥ‌ିବାରୁ ଏହି ଗୋଟିଏ ରାସ୍ତା ଉପରେ ସମସ୍ତେ ନିର୍ଭର କରିଥାନ୍ତି । ଏହି ରାସ୍ତା ସିଂହାଇପାଲିଠାରୁ ୧ କିମି ଦୂରରେ ଅବସ୍ଥିତ । ଖରା ସମୟରେ ରାସ୍ତା ମରାମତି କାର୍ଯ୍ୟ କରାଯାଇଥିଲା ହେଲେ ଗତ କିଛି ଦିନ ହେବ ଲଗାତାର ବର୍ଷା ହେବା ଦ୍ବାରା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇଯାଇଛି ରାସ୍ତାରେ ଖାଲ ସୃଷ୍ଟି ହୋଇ ବର୍ଷା ପାଣି ଜମି ଯାଇଥିବା ବେଳେ କାଦୁଅରେ ରାସ୍ତା ପଚପଚ ହୋଇ ଶୋଚନୀୟ ହୋଇପଡ଼ିଛି । ଏହା ହେଉଛି ଏକ ମାତ୍ର ମୁଖ୍ୟ ରାସ୍ତା ଯେଉଁଥିରେ କି ଉକ୍ତ ଗ୍ରାମବାସୀ ଯିବା ଆସିବା କରିବା ସହିତ ଲୋକେ ପ୍ରତିଦିନ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଯିବା ଆସିବା କରିଥାନ୍ତି । ବର୍ତ୍ତମାନ ଏହି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇ ମରଣଯନ୍ତା ପାଲଟିଛି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଗ୍ରାମ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କୁ କାଦୁଅ ପଚପଟ ରାସ୍ତାରେ ଯିବାକୁ ପଡୁଛି । ଉକ୍ତ ଗ୍ରାମରେ ଥ‌ିବା ବିଦ୍ୟାଳୟଟି ଗତ କିଛି ବର୍ଷ ହେବ ଯେଉଁ ସବୁ ବିଦ୍ୟାଳୟ ଗୁଡିକ ବନ୍ଦ ହୋଇଥିଲା ଉକ୍ତ ଗ୍ରାମର ବିଦ୍ୟାଳୟ ମଧ୍ୟ ସାମିଲ ଥିଲା । ଏମିତିକି ଏହି ରାସ୍ତା ଦେଇ ପଞ୍ଚାୟତ, ବ୍ଲକ, ଝାରସୁଗୁଡ଼ା ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲା ଯିବାର ଏକ ମାତ୍ର ରାସ୍ତା ଅଟେ । ତେଣୁ ଜିଲା ପ୍ରଶାସନ ତୁରନ୍ତ ଏହି ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done