OPM ସମ୍ପତି ବିକ୍ରି କିମ୍ବା ସ୍ଥାନାନ୍ତର ଉପରେ ରିହାତିଦେଶ ଦାବି

 


OPM ସମ୍ପତି ବିକ୍ରି କିମ୍ବା ସ୍ଥାନାନ୍ତର ଉପରେ ରିହାତିଦେଶ ଦାବି । ଓରିଏଣ୍ଟ କାଗଜକଳ ଦ୍ଵାରା ସରକାରୀ ଜମି ଦଖଲ ସହିତ ସରକାରଙ୍କ ବିଭିନ୍ନ ସଂସ୍ଥା ଦ୍ୱାରା ଅନେକ ଟିକସ୍ ବକେୟା ଥିବାରୁ ଏହି କମ୍ପାନୀର କୌଣସି ସ୍ଥାବର ଅସ୍ଥାବର ସମ୍ପତି ବିକ୍ରିକୁ ନିଷିଦ୍ଧ କରିବାକୁ ଅନୁରୋଧ କରାଯାଇଥିଲା । ଏବଂ ଏନେଇ ତତ୍କାଳୀନ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ତେବେ ଏହା ପରେ ମଧ୍ୟ କମ୍ପାନୀ ଚଂଚକତା କରି ଜମି ପଟ୍ଟା ତିଆରି କରି ଏହାକୁ ଉଚ୍ଚ ଦରରେ କୋଟି କୋଟି ଟଙ୍କାରେ ବିକ୍ରି କରିଥିବା ସହିତ ଉକ୍ତ ଜମିର କିସମ କୁ ମଧ୍ୟ ଚତୁରତା ର ସହିତ ପରିବର୍ତ୍ତନ କରିଥିବା ବ୍ରଜରାଜନଗର ଉନ୍ନୟନ ସମିତି ଅଭିଯୋଗ କରିଛି । ଏନେଇ ଏକ ଅଭିଯୋଗ ପତ୍ର ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି । ସେହିପରି ଏହି ଜମିର କ୍ରୟ ଉପରେ ସମ୍ପୂର୍ଣ୍ଣ ରହିତାଦେଶ ପାଇଁ ବ୍ରଜରାଜନଗର ଉନ୍ନୟନ ସମିତି ଦାବି ଜଣାଇଛି । ଜଳଯୋଗାଣ ପାଇପ ଓପିଏମ ଅଧୀନସ ସରକାରୀ ନିୟମ ଅନୁଯାୟୀ ଏହି ବାବଦକୁ ମିଳୁଥିବା ରାଶି ଓଡ଼ିଶା ସରକାରଙ୍କ ପାଣ୍ଠିକୁ ଯିବା ଉଚିତ । କିନ୍ତୁ ଏହି କମ୍ପାନୀ କର୍ତ୍ତୃପକ୍ଷ ତଞ୍ଚକତା ସହିତ କୋଟି ଟଙ୍କା ଆତ୍ମସାତ କରିଛନ୍ତି । ତେଣୁ ଏହାର ତଦନ୍ତ ଦାବି କରିଛି ବ୍ରଜରାଜନଗର ଉନ୍ନୟନ ସମିତି । ଦୀର୍ଘ ୨୦୦୦ ମସିହାରରୁ ଆଜି ପର୍ଯ୍ୟନ୍ତ ଏହି କମ୍ପାନୀ ସିଏସଆର/ ପାଣ୍ଠି ବିକାଶ କାର୍ଯ୍ୟ ନିମନ୍ତେ ସର୍ବନିମ୍ନ ଏକ ତାଙ୍କ ମଧ୍ୟ ଖର୍ଚ୍ଚ କରି ନାହିଁ । ବରଂ ପୌର ପରିଷଦ ଦ୍ବାରା ନିର୍ମିତ ରାସ୍ତା, ନାଳ ଉପରେ ବିଭିନ୍ନ ସମୟରେ ଅଭିଯୋଗ କରିଥିବା ଦୃଷ୍ଟି ଗୋଚର ରହିଛି । ଏହି କମ୍ପାନୀକୁ ଭଡ଼ା ସୂତ୍ରରେ ମିଳିଥିବା ଅନେକ ଜମି ଉପରେ ବହୁ ଗରିବ ପରିବାର ନିଜର ଝୁପୁଡ଼ି ଘର ନିର୍ମାଣ କରିଛନ୍ତି ଓ ସରକାରଙ୍କ ସହଯୋଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଜନାରେ ଘର ପାଇଁ ଆବେଦନ କରିବାରେ ଏହା ଓରିଏଣ୍ଟ ପେପର ମିଲର ମାଲିକାନା ଥ‌ିବାରୁ ସେମାନେ ସରକାରୀ ସାହାଯ୍ୟରୁ ବଞ୍ଚିତ ହେଉଛନ୍ତି । ଓପିଏମ ନିଜର ପଟ୍ଟା ଜମିକୁ ବିକ୍ରି କରିବା ସହ ସରକାରଙ୍କ ଭଡ଼ା ଜମିରୁ ଭଡ଼ା ଆଦାୟ କରିବାକୁ ବସିଥ‌ିବା ଅଧିକାରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହାର ସମସ୍ତ ଲିଜ ଜମିକୁ ଖାରିଜ କରି ଭୂମିହୀନ ଗରିବ ପରିବାରଙ୍କୁ ବିଭିନ୍ନ ଆବାସ ଯୋଜନାରେ ଘର ଯୋଗାଇବାକୁ ସମିତି ଦାବି କରିଛି । ଅପରପକ୍ଷରେ ଓପିଏମର କୌଣସି ସ୍ଥାବର ଅସ୍ଥାବର ବା ମୂଲ୍ୟବାନ ସାମଗ୍ରୀ ବିକ୍ରି କିମ୍ବା ସ୍ଥାନାନ୍ତର ଉପରେ ତୁରନ୍ତ ରହିତାଦେଶ ପ୍ରଦାନ କରିବା ପାଇଁ ଅଭିଯୋଗ ପତ୍ର ମାଧ୍ୟମରେ ସ୍ବାକ୍ଷରକାରୀ ଜିଲ୍ଲା ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି। ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଏହାର ନକଲ ବରଗଡ଼ ସାଂସଦ, ବ୍ରଜରାଜନଗର ବିଧାୟିକା, ୫ଟି ସଚିବ, ଆରଡ଼ିସି ସମ୍ବଲପୁର, ସଚିବ ତଥା କମିଶନର ଗୃହ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କୁ ପ୍ରେରଣ କରାଯାଇଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done