ଝାରସୁଗୁଡା, ଆଦିବାସୀ ମହିଳା ସଂଘ ତରଫରୁ ଏକ ପ୍ରେସବାର୍ତ୍ତା ମେଘଦୁତ ହୋଟେଲ ଝାରସୁଗୁଡା ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଦେଶରେ ଆଦିବାସୀ ମାନଙ୍କ ଉପରେ ଅକଥନୀୟ ଅନ୍ୟାୟ ଅତ୍ୟାଚାର ଚରମ ସୀମାରେ ପହଞ୍ଚୀଯାଇଛି। ମଣିପୁରର କୁକି ଆଦିବାସୀ ମହିଳା ମାନଙ୍କ ସହିତ କରାଯାଇଥିବା ପାଶବିକ କୁକର୍ମ ଯେଉଁଥିରେ ପୁରୁଷମାନେ ମହିଳା ମାନଙ୍କୁ ଉଲଗ୍ନ କରି ପ୍ୟାରେଡ଼ କରାଇବା ସହିତ ସେମାନଙ୍କ ଗୁପ୍ତାଙ୍ଗକୁ ଛେଡଛାଡ କରୁଛନ୍ତି ଏବଂ ଅସହାୟ ମହିଳାମାନେ କାନ୍ଦୁଥିବା ବେଳେ ପୁରୁଷମାନଙ୍କ ସମୁହ ତାହାର ମଜା ଉପଭୋଗ କରୁଛନ୍ତି। କେନ୍ଦ୍ର ସରକାର ସମାନ ନାଗରିକ ସଂହିତା ଲାଗୁ କରି ଆଦିବାସୀମାନଙ୍କୁ ମିଳିଥିବା ପୃଥକ ଆଦିବାସୀ ପରିଚୟକୁ ସମାପ୍ତ କରି ସେମାନଙ୍କୁ ହିନ୍ଦୁ କରିବା ପାଇଁ ଷଢଯନ୍ତ୍ର ରଚାଯାଉଛି। ୨୦୨୦,୨୦୨୧ ଓ ୨୦୨୨ରେ ଆଦିବାସୀମାନଙ୍କ ବିରୋଧରେ ସଂସଦରେ ପାରିତ ହୋଇଥିବା ଆଇନ ୨୦୨୩ରେ ପ୍ରଣୟନ କରାଯାଇଥିବା ନୂତନ ଜଙ୍ଗଲ ଆଇନ ଯୋଗୁଁ ଆଦିବାସୀମାନଙ୍କ ଅସ୍ତିତ୍ଵ ପ୍ରତି ବିପଦ ସୃଷ୍ଟି ହେଲାଣି। ପ୍ରବେଶ ଶୁକ୍ଲା ନାମକ ଜଣେ ବ୍ୟକ୍ତି ଦଶମତ କୋଲ ନାମକ ଜଣେ ଆଦିବାସୀ ଯୁବକଙ୍କ ମୁଣ୍ଡରେ ପରିଶ୍ରା କରିବା ଇତ୍ୟାଦି ଘଟଣାକୁ ବିରୋଧ କରି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ୭ ଅଗଷ୍ଟ ୨୦୨୩ ଦିନ ଦେଶର ୩୧ଟି ରାଜ୍ୟର ୫୬୭ଟି ଜିଲ୍ଲାରେ ଏକକାଳୀନ ଦେଶବ୍ୟାପୀ ଚରଣବଦ୍ଧ ଆନ୍ଦୋଳନ ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଆଦିବାସୀ ମହିଳା ସଂଘ ଝାରସୁଗୁଡା, ସମ୍ମିଳିତ ଆଦିବାସୀ ସମାଜ ଝାରସୁଗୁଡା, ପଞ୍ଚିମ ଓଡିଶା ଆଦିବାସୀ ମହାସଂଘ ଝାରସୁଗୁଡା, ସାମ୍ବିଧାନିକ ଅଧିକାର ସଚେତନତା ମଞ୍ଚ ଝାରସୁଗୁଡା, ଆଦିବାସୀ ଯୁବ ମୋର୍ଚ୍ଚା ଝାରସୁଗୁଡା ଓ ଅନ୍ୟାନ୍ୟ ସଂଗଠନ ମିଶି ଝାରସୁଗୁଡାରେ ଭାରତ ବନ୍ଦ ପାଳନ କରିବ ବୋଲି ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।
0 Comments