ପରମାଣପୁର ପଞ୍ଚାୟତରେ ସଙ୍କଟାପନ୍ନ ବର୍ଜ୍ୟବସ୍ତୁ ଉପଚାର କାରଖାନାର ଜନଶୁଣାଣି ସ୍ଥଗିତ


 ଝାରସୁଗୁଡ଼ା ଜିଲା କୋଲାବିରା ବ୍ଲକ ପରମାଣପୁର ପଞ୍ଚାୟତରେ କାଲିବାହାଲ ଜଙ୍ଗଲ ଜମିକୁ ଧ୍ବଂସ କରି ମେସର୍ସ ଉତ୍କଳ ଇନୋଭେସନ ଓଡ଼ିଶାର ସାଧାରଣ ସଙ୍କଟାପନ୍ନ ବର୍ଜ୍ୟବସ୍ତୁ ଉପଚାର ଭଣ୍ଡାରଣ ଓ ବିନିଯୋଗ ପ୍ରକଳ୍ପ ସକାଶେ ହେବାକୁ ଥିବା ଜନଶୁଣାଣି ସ୍ଥଗିତ ରହିଛି। ଆଜି ( ୧୮ ତାରିଖ) ହେବାକୁ ଥିବା ଏହି ଜନଶୁଣାଣିର ଦିନକ ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ଏହାପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ  ମଧ୍ୟ ଏଭଳି ଜନଶୁଣାଣି ହେବାକୁ ଥିବା ବେଳେ ଜନବିରୋଧ ହେତୁ ତାହା ସ୍ଥଗିତ ରଖାଯାଇଥିଲା। ଏବେ ଦ୍ବିତୀୟ ଥର ଏହା ଉପରେ ରହିତାଦେଶ ଲାଗୁ ହୋଇଛି। ଏହି ପ୍ରକଳ୍ପକୁ ଅଞ୍ଚଳବାସୀ କ୍ରମାଗତ ବିରୋଧ କରି ଆସୁଥିବା ବେଳେ ୧୬ତାରିଖ ଅଞ୍ଚଳବାସୀ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହାବ୍ୟତୀତ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ଏହି ମାମଲା ହାଇକୋର୍ଟକୁ ନେଇ ଯାଇଥିବା ବେଳେ ମାନ୍ୟବର କୋର୍ଟ ଆଜି ଦିନକ ପୂର୍ବରୁ ସେ ଉପରେ ସ୍ଥଗିତା ଦେଶ ଦେଇଛନ୍ତି। ତେବେ ଶୁଣାଣିର କାଗଜପତ୍ର ମିଳି ନ ଥିବା ହେତୁ ସ୍ପଷ୍ଟ ଭାବେ ଜଣା ପଡ଼ି ନ ଥିଲେ ହେଁ ସଂରକ୍ଷିତ ଜଙ୍ଗଲ ଜମିକୁ କାଟି ଏହି ପ୍ରଳକ୍ପ ନିର୍ମାଣ ହେବାକୁ ଥିବାରୁ ଏହା ଉପରେ ରୋକ ଲଗାଇଥିବା ସୂଚନା ମିଳିଛି। 

ସ୍ଥାନୀୟ ବାସିନ୍ଦାଙ୍କ ସମେତ ପରିବେଶ ସୁରକ୍ଷା ସଂଘ ପକ୍ଷରୁ କୁହାଯାଇଛି ଯେ, ପରମାଣପୁର ପଞ୍ଚାୟତରେ ଥିବା ଉକ୍ତ ଜଙ୍ଗଲ ଅଞ୍ଚଳବାସୀଙ୍କ ପୂର୍ବପୁରୁଷ ମାନଙ୍କ ଦ୍ବାରା ସଂରକ୍ଷିତ। ହେଲେ ଦୀର୍ଘ ୩ ଦଶନ୍ଧୀରୁ ଅଧିକ କାଳ ହେଲା​‌ ଏହା ଉପରେ ବିଭିନ୍ନ କମ୍ପାନୀର ଲୋଲୁପ ଦୃଷ୍ଟି ପଡ଼ିଛି। ଏହି ଜଙ୍ଗଲ ସମ୍ପଦ ​‌େ​‌ହତୁ ଲଗାମବିହୀନ ଝାରସୁଗୁଡ଼ା ଶିଳ୍ପାଞ୍ଚଳର ପରିବେଶ ସନ୍ତୁଳିତ ହୋଇ ରହିଛି। ଏହି ଜଙ୍ଗଲ ବିଭିନ୍ନ ପ୍ରକାରେ ବିଲୁପ୍ତପ୍ରାୟ ପଶୁ ପକ୍ଷୀଙ୍କ ଆଶ୍ରୟସ୍ଥଳ ପାଲଟେ। ଏହା ନା କେବଳ ସ୍ବଚ୍ଛ ଅମ୍ଲଜାନ ଯୋଗାଇ ଦିଏ ବରଂ ଅଞ୍ଚଳବାସୀଙ୍କ ଜୀବନ ଜୀବିକାରେ ମଧ୍ୟ ସହାୟକ ହୁଏ। ଅଞ୍ଚଳର ଗରିବ ଅଧିବାସୀମାନେ ଅଣଚାଷ ସମୟରେ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କରି ପରିବାର ପରିପୋଷଣ କରନ୍ତି। ହେଲେ ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଅଞ୍ଚଳବାସୀଙ୍କ ବୃହତ୍ତର ସ୍ବାର୍ଥକୁ ଜଳାଞ୍ଜଳି ଦେଇ କମ୍ପାନୀ ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଏହି ଜନଶୁଣାଣି ସ୍ଥଗିତ ହୋଇଥିବା ସୂଚନା ମିଳିବା ପରେ ଅଞ୍ଚଳବାସୀ ଓ ପରିବେଶପ୍ରେମୀ ଆଶ୍ବସ୍ତି ପ୍ରକାଶ କରିଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done