ଆଜି ଭାରତୀୟ ଜନତା ପାର୍ଟି ବ୍ରଜରାଜନଗର ତରଫରୁ 5T ସଚିବ ଭିକ ପାଣ୍ଡିଆନ ଙ୍କ ଗସ୍ତକୁ ତୀବ୍ର ବିରୋଧ କରା ଯାଇଛି l ଭାରତୀୟ ଜନତା ପାର୍ଟି ବ୍ରଜରାଜନଗର ପକ୍ଷ ରୁ ବାଇକ ରାଲି ମାଧ୍ୟମ ରେ ବ୍ରଜରାଜନଗର ବାସୀଙ୍କୁ ଅଫିସର ରାଜ ହଟାଓ ଲୋକତନ୍ତ୍ର ବଚାଓ ର ବାର୍ତା ଦେଇଥିଲେ l ବାଇକ ରାଲି ପରେ ଓ଼ପିମ ଟେନ୍ସି କୋର୍ଟ ରେ ଜବାବ ମାଗୁଛି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର ନେତାମାନେ ଏବଂ ଅଂଚଳ ବାସି ବିଜୁ ଜନତା ଦଳ ର ସରକାର କୁ ବିଭିନ ପ୍ରଶ୍ନ ପଚାରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ବିଶ୍ୱଜିତ ଷଡ଼ଙ୍ଗୀ ରାଜ୍ୟ ଉପ ସଭାପତି ଭାରତୀୟ ଜନତା ଯୁବ ମୋର୍ଚ୍ଚା, ଓଡିଶା ପ୍ରଦେଶ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବ୍ରଜରାଜନଗର କୁ ୨୦୧୩ ମୁନିସିପାଲିଟି ନିର୍ବାଚନ ରେ ଆସିଥିଲେ l ୨୦୧୩ ରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ଆଜି ପର୍ଯ୍ୟନ୍ତ ପୁର୍ଣ ହେଇ ନାହିଁ l ବର୍ତ୍ତମlନ ୨୦୨୩ ରେ ମୁଖ୍ୟମନ୍ତ୍ରୀ ନିଜ ଏଜେଣ୍ଟ କୁ ବ୍ରଜରାଜନଗର ପଠାଉଛନ୍ତି ତେଣୁ ବ୍ରଜରାଜନଗର ଆଗମନ ପୂର୍ବରୁ ବ୍ରଜରାଜନଗର ଜନସାଧାରଣ ଙ୍କ ପ୍ରଶ୍ନ ର ଉତ୍ତର ଦିୟନ୍ତୁ ମୁଖ୍ୟମନ୍ତ୍ରୀ ଙ୍କ ଏଜେଣ୍ଟ ? ଶ୍ରୀଯୁକ୍ତ ଷଡ଼ଙ୍ଗୀ ୫ଟି ସଚିବ ଙ୍କୁ 16 ଟି ପ୍ରଶ୍ନ ପଚାରିଛନ୍ତି :-
ଓରିଏଣ୍ଟ ପେପେର ମିଲ ଖୋଲିବା ପାଇଁ ଓଡିଶା ସରକାର ଏବଂ ମିଲ କତୃପକ୍ଷ ଙ୍କ କୋଣସି ଆନ୍ତରିକତା ଦିସୁ ନାହିଁ l ବିଗତ 24 ବର୍ଷ ହେଲା ମିଲ ବନ୍ଦ ଅଛି ଏବଂ ବିଭିନ ଯନ୍ତ୍ରପାତି କୁ scrap ନା ରେ ବିକିବା ପାଇଁ କମ୍ପାନୀ ଦ୍ୱାରା ବାରମ୍ବାର ଚେଷ୍ଟା କରାଯାଇଛି l ସ୍ଥାନୀୟ ବାସିନ୍ଦାଙ୍କ ତୀବ୍ର ବିରୋଧ ପାଇଁ ଏହା ଆଜି ପର୍ଯ୍ୟନ୍ତ ସଫଳ ହେଇ ପାରିଲା ନାହିଁ ଏବଂ ଆଜି ବି ବ୍ରଜରାଜନଗର ଲୋକଙ୍କର ଦାବି ବିଭିନ ଯନ୍ତ୍ରପାତି କୁ scrap ନାରେ ବିକି ଦେବୁ ନାହିଁ l
କମ୍ପାନୀ ବର୍ତମାନ ତାର ନିଜ ମାଲିକାନା ଜମି ଏବଂ ସମ୍ପତି କୁ ବିକ୍ରି କରୁଛି କିନ୍ତୁ ସରକାରଙ୍କ ଠାରୁ lease ରେ ନେଇଥିବା ଜମି କୁ ନିଜ ଅକ୍ତିଆର ରେ ରଖିଛି l ଏହି କମ୍ପାନୀ କୁ ଖୋଲିବା ପାଇଁ ଯଦି କୋଣସି ଯୋଜନା ନାହିଁ ତେଣୁ ବ୍ରଜରାଜନଗର ରେ କମ୍ପାନୀ lease ଜମି ସରକାର କୁ ଫେରାଇ ଦଉ ଏବଂ ଯଉ ବାସହୀନ ଲୋକ ମାନେ କମ୍ପାନୀ ର ଭଙ୍ଗା ରୁଜା କ୍ୱାର୍ଟଏର ରେ ରହୁଛନ୍ତି ଓଡିଶା ସରକାର ତାଙ୍କୁ 4 ଡିସ୍ମିଲ ଜମି ଏବଂ ଜମି ପଟା ଦଉ
24 ବର୍ଷ ର ସରକାର ରେ ଆଜି ପର୍ଯ୍ୟନ୍ତ ଇବ ନଦୀ ରେ କୋଣସି Check dam ହେଇ ପାରିଲା ନାହିଁ କାହିଁକି ?
ବ୍ରଜରାଜନଗର ବାସି ଆଜି ବି କୋଣସି ରୋଗ କିମ୍ବା accident ହେଇଗଲେ ଚିକିତ୍ସା ପାଇଁ ବୁର୍ଲା କିମ୍ବା ଭୁବନେଶ୍ୱର ଯାଉଛନ୍ତି l 24 ବର୍ଷ ର ଗୁଣ ଗାଉଥିବା ସରକାର ଆଜି ପର୍ଯ୍ୟନ୍ତ ବ୍ରଜରାଜନଗର ରେ କୋଣସି multispeciality ହସ୍ପିଟାଲ ଖୋଲି ପାରିଲା ନାହିଁ କାହିଁକି ?
ପ୍ରତ୍ୟେକ ବର୍ଷ ମିଛ ପ୍ରତିଶୃତି ଦେଉଥିବା ବିଜୁ ଜନତା ଦଳ ସରକାର ଆଜି ପର୍ଯ୍ୟନ୍ତ ବ୍ରଜରାଜନଗର କୁ ଗୋଟିଏ ବସ ଷ୍ଟାଣ୍ଡ ଦେଇ ପାରିଲା ନାହିଁ କାହିଁକି ?
24 ବର୍ଷ ସରକାର ରେ ଥାଇକି ମଧ୍ୟ ବ୍ରଜରାଜନଗର ରେ ସ୍ଥାଇ ମାର୍କେଟ ହେଇ ପାରିଲା ନାହିଁ କାହିଁକି ?
ବ୍ରଜରାଜନଗର ସହିତ ସାରା ଓଡିଶା ର ଆଇନ ଶୁଙ୍ଖର୍ଲା ପରିସ୍ତିଥି ବିପର୍ଯ୍ୟସ୍ତ l ଆଇନ ଶୁଙ୍ଖର୍ଲା ପରିସ୍ତିଥି କୁ ଦୁରୁସ୍ତ କରିବା ପାଇଁ ଏହି 24 ବର୍ଷ ର ବିଜୁ ଜନତା ଦଳ ସରକାର ପଦକ୍ଷେପ ନଉ ନାହାନ୍ତି କାହିଁକି ?
ନବୀନ ସରକାର ସ୍ଥାନୀୟ ଯୁବକ ମାନଙ୍କୁ ରୋଜଗାର ଏବଂ ଟ୍ରେନିଙ୍ଗ ପାଇଁ ଆଜି ପର୍ଯ୍ୟନ୍ତ ବ୍ୟବସ୍ତା କରି ପାରିଲେ ନାହିଁ କାହିଁକି ?
2013 ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରଜରାଜନଗର ରେ ଆସିକି ଓରିଏଣ୍ଟ ପେପେର ମିଲ ଖୋଲିବା ପାଇଁ ପ୍ରତିଶୃତି ଦେଇଥିଲେ ଆଜି 10 ବର୍ଷ ପରେ ତାଙ୍କ ଏଜେଣ୍ଟ କୁ ପଠାଉଛନ୍ତି, ପୁନର୍ବାର ବ୍ରଜରାଜନଗର ବାସୀଙ୍କୁ ବୋକା ବନେଇବା ପାଇଁ କି ?
ସ୍ୱାସ୍ଥ୍ୟ ମନ୍ତ୍ରୀ ଆସିକି ବେଲପାହାଡ ରେ 50 bedded ହସ୍ପିଟାଲ ଖୋଲିବା ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ହସ୍ପିଟାଲ ଖୋଲା ଯାଇ ପାରିଲା ନାହିଁ କାହିଁକି ?
24 ବର୍ଷ ର ସରକାର ରେ ଆଜି ପର୍ଯ୍ୟନ୍ତ ଲଖନପୁର ବ୍ଲକ ବିଭାଜନ ହେଇପାରିଲା ନାହିଁ କାହିଁକି ?
24 ବର୍ଷ ର ସରକାର ରେ ହୀରାକୁଦ ବିସ୍ଥାପିତ ଙ୍କ ସମସ୍ୟା ସମାଧାନ ହେଇ ପାରିଲା ନାହିଁ କାହିଁକି ?
24 ବର୍ଷ ର ସରକାର ରେ ଆଜି ପର୍ଯ୍ୟନ୍ତ ଲଖନପୁର ବ୍ଲକ ରେ ଶୀତଲ ଭଣ୍ଡାର (Cold Storage) ହେଇ ପାରିଲା ନାହିଁ କାହିଁକି ?
ବେଧଡକ ଭାବେ ହଉଥିବା ଗୋରୁଚାଲାଣ ଉପରେ 24 ବର୍ଷ ର ଅପାରଗ ସରକାର ରୋକ ଲଗେଇ ପାରିଲା ନାହିଁ କାହିଁକି ?
* ଚଣ୍ଡୀ ମନ୍ଦିର, ଗୁଜl ପାହାଡ଼, ବିକ୍ରମଖୋଲ, କୋଇଲିଗୁଗର କୁ ECO tourism ଘୋଷଣା କରାଗଲା ନାହିଁ କାହିଁକି ?
* ଓଡିଶା ରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରା ଯାଇଛି କାହିଁକି ? ଛାତ୍ର ମାନଙ୍କ ଭିତରେ leadership quality ଖତମ କରିବା ପାଇଁ ଓଡିଶା ସରକାର କଣ ପାଇଁ ଚାହୁଁଛନ୍ତି ?
ଶ୍ରୀଯୁକ୍ତ ଷଡ଼ଙ୍ଗୀ ନବୀନ ପଟନାୟକ ନେତୃତ୍ବ ରେ ଚାଲୁଥିବା ବିଜୁ ଜନତା ଦଳ ସରକାର ର ଭ୍ରଷ୍ଟାଚାରୀ ଏବଂ ଦମନକାରୀ ନୀତି କୁ ତୀବ୍ର ବିରୋଧ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ VK ପାଣ୍ଡିଆନ ଙ୍କ ଗସ୍ତକୁ ମଧ୍ୟ ତୀବ୍ର ବିରୋଧ କରିବା ପାଇଁ ଜନସାଧାରଣ ଙ୍କୁ ଆହ୍ବାନ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ମନିସ ପଟେଲ ନିଜ ୱାର୍ଡ ରେ ଥିବା ଓରିଏଣ୍ଟ ପେପେର ମୀଲ ର ସମସ୍ୟା ଉପରେ କଥା ଉପସ୍ଥାପନା କରିଥିଲେ l ଏହି କାର୍ଯ୍ୟକ୍ରମ ର ଅଧ୍ୟକ୍ଷତା ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରୁକମନ ଧୁରୁଆ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର ବରିଷ୍ଟ ନେତା ଶ୍ରୀଯୁକ୍ତ ଅନିଲ କୁମାର ନାୟକ, ଶ୍ରୀଯୁକ୍ତ ନବୀନ ସିଂ, ଶ୍ରୀଯୁକ୍ତ ଅମରେନ୍ଦ୍ର ରାଏ, ଶ୍ରୀଯୁକ୍ତ ସୁଶୀଲ ପୁରୋହିତ ଅଂଚଳ ର ବିଭିନ ସମସ୍ୟା କୁ ନେଇ ନିଜ କଥା ଉପସ୍ଥାପିତ କରିଥିଲେ ଏବଂ VK ପାଣ୍ଡିଆନ ଙ୍କ ଗସ୍ତ କୁ ତୀବ୍ର ବିରୋଧ କରିବା ପାଇଁ ଆହ୍ବାନ କରିଥିଲେ l
0 Comments