ଅକ୍ଟୋବର ୧୫ରେ ଗୋଁଣ୍ଡୱନା ମହାସଭା ରାଜ୍ୟ କମିଟିର ପୂର୍ନଗଠନ


 ଝାରସୁଗୁଡା  ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭାର ରାଜ୍ୟ କମିଟି ଭୂବନେଶ୍ୱର ୩ନଂ ୟୁନିଟ ସ୍ଥିତ ରାଜ୍ୟ ଡିପ୍ଲୋମା ଇଞ୍ଜିନିୟର ଆସୋସିଏସନ ସଭା ଗୃହରେ ରାଜ୍ୟ ସଭାପତି ମହେନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସଭାରେ ମୂଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ତଥା ମହାସଭାର ମୂଖ୍ୟ ପୁରୋଧା ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପୂର୍ବତନ ବାଲିଗୁଡା ବିଧାୟକ ରାଜୀବ ପାତ୍ର ଓ ଇଂଜିନିୟର ରବୀନ୍ଦ୍ର ନାଥ ନାଏକ ଯୋଗ ଦେଇଥିଲେ। ଏହି ସଭାରେ ମୂଖ୍ୟ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହା ଡିସେମ୍ବର ୨୧ ତାରିଖ ଦିନ ୧୫୮ ତମ କୋଳାବିରା ଜମିଦାର ସହୀଦ କରୁଣାକର ସିଂହ ନାଏକ, ଭାଇ ଖଗ ନାଏକ ଓ ପୁତୁରା କହ୍ନେଇ ନାଏକଙ୍କ ଆତ୍ମୋତ୍ସର୍ଗ ଦିବସରେ ଯୋଗ ଦେଇ ଅଞ୍ଚଳବାସୀଙ୍କ ପାଖରେ ଘୋଷଣା କରିଥିବା ତିନୋଟି ପ୍ରସ୍ତାବ ଉପରୋକ୍ତ ସହୀଦ ମାନଙ୍କୁ ସହୀଦ ମାନ୍ୟତା, ୫୦ ଲକ୍ଷ ଟଙ୍କା କରୁଣାକର ସିଂହ ନାଏକ ଟ୍ରଷ୍ଟକୁ ପ୍ରଦାନ ଓ ଗଢ ସୁରକ୍ଷାର ପ୍ରଥମ ପର୍ଯ୍ୟାୟରେ ସହୀଦ କରୁଣାକର ସିଂହ ନାଏକଙ୍କର ବିଲମ୍ବରେ ହେଲେ ମଧ୍ୟ ତାଙ୍କ ପ୍ରତିମୂର୍ତ୍ତି ଝାରସୁଗୁଡା NH49 ସ୍ଥିତ ଗୋଁଣ୍ଡୱନା ଛକ ଠାରେ ପ୍ରଥମ କରି ସରକାରଙ୍କ ତରଫରୁ ଗୋଁଣ୍ଡ ସମାଜର ସହୀଦ ବୀର ମାନଙ୍କ ମୂର୍ତ୍ତି ବସିବ। ଏଥିପାଇଁ ଝାରସୁଗୁଡା ଜିଲ୍ଲାପାଳ ରାଜ୍ୟ ସଂସ୍କୃତି ବିଭାଗକୁ ଜଣେଇ ସାରିଛନ୍ତି। ସେଥିପାଇଁ ୧୫୮ ତମ ଆତ୍ମୋତ୍ସର୍ଗ ଦିବସର ଆୟୋଜକ ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଓ ସମ୍ମିଳିତ ଆଦିବାସୀ ସମାଜ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବଧେଇ ଜଣେଇଛନ୍ତି। ଏହି ପ୍ରତିମୂର୍ତ୍ତି ଉନ୍ମୋଚନରେ ରାଜ୍ୟର ଲକ୍ଷାଧିକ ଗୋଁଣ୍ଡ ସମାଜର କର୍ମକର୍ତ୍ତା ଯୋଗ ଦେବେ। ଏହାର ବିଧିବଦ୍ଧ ତାରିଖ ସମୟ ମୂଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅତିଶୀଘ୍ର ଘୋଷଣା କରିବେ ବୋଲି ସଂସ୍କୃତି ବିଭାଗ କଥା ଦେଇଛନ୍ତି। ଏହି ଅବସରରେ ସହୀଦ କରୁଣାକର ସିଂହ ନାଏକ ସେନାବାହିନୀ ଗଠିତ ହେବ।ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଓ ସମ୍ମିଳିତ ଆଦିବାସୀ ସମାଜର ଅନୁମୋଦନ କ୍ରମେ ସାର୍ବଜନୀନ ଭାବରେ କରୁଣାକର ସିଂହ ନାଏକ ସ୍ମୃତି ଟ୍ରଷ୍ଟ ଗଠନ ହେବ ଏଥିରେ କୋଳାବିରା ଜମି ଜମିଦାରଙ୍କର ବର୍ତ୍ତମାନ ଥିବା ମହାରାଣୀ ଗୁଣବନ୍ତୀ କୁମାରୀ ଦେଇଙ୍କ ଅଧ୍ୟକ୍ଷତାରେ ଏହି ଟ୍ରଷ୍ଟ ଦିନେ ଦୁଇଦିନ ମଧ୍ୟରେ ଗଠନ ହେବ। ଗତ ସ୍ବାଧୀନତା ଦିବସ ଦିନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ମିତ୍ରଭାନୁ ସାହୁଙ୍କ ଘୋଷଣା ଅନୁଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନାମରେ ଏକ ସଭାଗୃହ କୋଳାବିରା ରେ ନିର୍ମାଣ ହେବ। ସେଥିପାଇଁ ସଂପୂର୍ଣ୍ଣ ଖର୍ଚ୍ଚ ଯୋଗାଇ ଦେବା ପାଇଁ ଶ୍ରୀସାହୁ ଜଣାଇଛନ୍ତି। ନିୟମ ଅନୁଯାୟୀ ପ୍ରତି ତିନିବର୍ଷରେ ଥରେ ପୂର୍ଣ୍ଣାଙ୍ଗ ରାଜ୍ୟ କମିଟି ଗଠନ ହୁଏ। ଚଳିତ ବର୍ଷ ଅକ୍ଟୋବର ୧୫ ତାରିଖ ଦିନ କାର୍ଯ୍ୟକାଳ ସରିଯାଇଥିବା ସମସ୍ତ ରାଜ୍ୟ,ଜିଲ୍ଲା, ଗୁଡି କମିଟିର ପୂର୍ନଗଠନ ହେବ। ଏହି ସଭାରେ ରାଜ୍ୟ ମହିଳା ସଭାନେତ୍ରୀ ସୁକାନ୍ତିବାଲା ନାୟକ, ରାଜ୍ୟ ଉପାଧ୍ୟକ୍ଷା ଦମୟନ୍ତି ମହାପାତ୍ର, ରାଜ୍ୟ ମହାସଚିବ ପ୍ୟାରୀମୋହନ ନାୟକ, ମଧୁସୂଦନ ପ୍ରଧାନ, ଜିଲ୍ଲା ସଭାପତି ଡମ୍ବରୁଧର ନାଏକ ଝାରସୁଗୁଡା, ଶ୍ୟାମସୁନ୍ଦର ଭୋଇ ବଲାଙ୍ଗୀର, ଭାଗରଥି ସିଂହ ବରଗଡ଼, ପଦ୍ମନ ପାତ୍ର କଲାହାଣ୍ଡି, ଚନ୍ଦ୍ରମୋହନ ନାଏକ କେନ୍ଦୁଝର ପ୍ରମୁଖ ଯୋଗ ଦେଇଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done