୨୦୨୪ ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା l ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ l ପରୀକ୍ଷା ପରିଚାଳନାକlରୀ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ଘୋଷଣା କରାଯାଇଛି l ପରୀକ୍ଷା ଦେବା ପାଇଁ ଆସନ୍ତା ଅକ୍ଟୋବରରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସ୍ତରରେ ଅନଲାଇନରେ ଫର୍ମ ପୂରଣ କରିବେ ବୋଲି ବୋର୍ଡ ଉପ ସଭାପତି ଡ଼ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି l ପରୀକ୍ଷା ମାର୍ଚ୍ଚ ୪ରେ ଶେଷ ହେବାର ସପ୍ତାହକ ପରେ ଅର୍ଥାତ୍ ମାର୍ଚ୍ଚ ୧୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ l ଦୁଇ ସପ୍ତାହ ମଧ୍ୟରେ ମୂଲ୍ୟlୟନ ଶେଷ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି l
0 Comments