ଆଜି ଲୋଇସିଂ ପଂଚାୟତ ଚାରଭାଟି ଠାରେ କୃଷକ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହେଇଛି l ରାଜସ୍ଥାନ ର ଶିକରରେ ଆଜି ପ୍ରଧାନ ମନ୍ତ୍ରୀ କୃଷକ ମାନଙ୍କ ପାଇଁ ବିଭିନ୍ନ ଯୋଜନା ସବୁ ଶୁଭାରମ୍ଭ କରିଛନ୍ତି l ମୋଦିଙ୍କ ଅଭିଭାଷଣ ର ସିଧାପ୍ରସାରଣ କୃଷକ ଭାଇ ଏବଂ ଭଉଣୀ ମାନେ ଦେଖିଥିଲେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରା ଆଜି କିସାନ ସମ୍ମାନ ନିଧି ୧୪ ତମ କିସ୍ତି ଦେଶର ୮.୫ କୋଟି କୃଷକ ଙ୍କ ବ୍ୟାଙ୍କ ଖାତା ରେ ସିଧା ୧୭୦୦୦ କୋଟି ରୁ ଉର୍ଦ୍ଧ ପଠେଇଛନ୍ତି l ଦେଶର ୧.୫ହଜାର କିସାନ ସମୃଦ୍ଧି କେନ୍ଦ୍ର ରାଜସ୍ଥାନ ର ସିକର ଠାରୁ ଶୁଭାରମ୍ଭ କରିଛନ୍ତି ଏବଂ ଦେଶର କୃଷକ ମାନଂକ ପାଇଁ ଅନେକ ଯୋଜନା ର ଶୁଭାରମ୍ଭ କରିଛନ୍ତି l ତେବେ ଲୋଇସିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ରେ ଯୁବା ନେତା ରାଧେଶ୍ୟାମ ପ୍ରଧାନ ବିଗତ ୯ ବର୍ଷ ରେ ମୋଦି ସରକାର ଦ୍ୱାରା କୃଷକଙ୍କ ହିତ ରେ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ କୃଷକ ମାନଂକୁ ଅବଗତ କରାଇଛନ୍ତି l ମୋଦି ସରକାର ସର୍ବଦା କୃଷି ଓ କୃଷକଙ୍କ ହିତରେ କାର୍ଯ୍ୟ କରୁଥିବା ରାଧେଶ୍ୟାମ ପ୍ରଧାନ କହିଛନ୍ତି l ଆଜି ର ସଭାରେ ବିଜେପି ରାଜପୁର ମଣ୍ଡଳ ସଭାପତି ଭଗବାନ କଟାର ,ମହେନ୍ଦ୍ର ନାୟକ ,ଦିଲୀପ ନାୟକ ,ବିମ୍ବାଧର ବଢ଼େଇ ,ପ୍ରକାଶ ପ୍ରଧାନ ,ମନୋଜ କିସାନ ସହିତ ଅଂଚଳ ର ଅନେକ କୃଷକ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ ।
0 Comments