ଝାରସୁଗୁଡ଼ା ଲକ୍ଷ୍ମୀନାରୟଣ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟରେ ଫାଇଲେରିଆ ନିରାକରଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏଲ ଏନ କଲେଜ ସମ୍ମିଳନୀ କକ୍ଷରେ ଜାତୀୟ ପୁରସ୍କାର ପ୍ରାପ୍ତ ଏନଟିଡି ଜିଲ୍ଲା ଅଧିକାରୀ ମହେନ୍ଦ୍ର ନାୟକ ଯୋଗଦେଇ ଫାଇଲେରିଆର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ l ଆସନ୍ତା ଅଗଷ୍ଟ ୧୦ ରୁ ୧୯ ତାରିଖ ଭିତରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ହେବାକୁ ଥିବା ଫାଇଲେରିଆ ଔଷଧ ବଣ୍ଟନ ସମ୍ପର୍କରେ ଅବଗତ କରାଇବା ସହିତ ସମସ୍ତେ ଏହା ସେବନ କରିବା ପାଇଁ ଅନୁରୋଧ କରିଥିଲେ l କର୍ମଶାଳ ରେ ଉପସ୍ଥିତ ଥିବା ମହାବିଦ୍ୟାଳୟର ଜାତୀୟ ସମର ଶିଖ୍ୟାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ତଥା ଅନ୍ୟ ଛାତ୍ରଛାତ୍ରୀଙ୍କୁ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ଆହ୍ୱାନ କରିଥଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନରେନ୍ଦ୍ର କୁମାର ପଣ୍ଡା କର୍ମଶାଳl ର ଉଦଘାଟନ କରିଥିଲେ l ଏନ ଏସଏସ ଜିଲ୍ଲା ସଂଯୋଜକ ଡ. ଲାଲଧରl ସିଂ ସଭା ସଞ୍ଚାଳନ କରିଥିଲେ l କଲେଜ ର ଅଧ୍ୟାପକ,ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ଆଲୋଚନାରେ ଭାଗ ନେଇଥିଲେ l ଇଂରାଜୀ ବିଭାଗ ପ୍ରଧ୍ୟାପିକl ଡ ସ୍ଵର୍ଣ୍ଣମୟୀ ପୁରୋହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁରୂପ ଭାବେ ଝାରସୁଗୁଡା ମହିଳା ମହା ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆ ୟୋଜିତ ସଚେତନତା କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡ଼ ସରୋଜ କୁଆଁର ଅଧ୍ୟକ୍ଷତା କରିଥିଲେ l ଶ୍ରୀ ନାୟକ ଯୋଗଦେଇ ଫାଇଲେରିଆ ରୋଗ ଉପରେ ସଚେତନତା ସୃଷ୍ଟି କରିବା ସହ ବୟସ ଅନୁସାରେ ଫାଇଲେରିଆ ନିରାକରଣ ନିମନ୍ତେ ଉଦ୍ଧିଷ୍ଟ ଔଷଧ ଆଲବେଣ୍ଡlଜଲ, ଡି. ଇ.ସି.ଓ ଆଇବରମେକଟିନ ଟାବ ଲେଟ ଖୁଆଯିବ ବିଷୟରେ ଅବଗତ କରିଥିଲେ l କ୍ୟୁଲେକ୍ସ ମଶା ହେଉଛି ଏହି ଫେଲରିଆ ରୋଗର ବାହକ । ଏହି ରୋଗ ସଂକ୍ରମଣ ହେବାର ଅନେକ ବର୍ଷ ବିତିଲା ପରେ ଯାଇ ରୋଗର ଲକ୍ଷଣ ଦେଖାଯାଇଥାଏ । ତେବେ ହାଇଡ୍ରୋସିଲ ଓ ଗୋଦରଗୋଡ ଆଦି ଏହି ଫେଲରିଆ ରୋଗର ଲକ୍ଷଣ ଅଟେ । ଉଚିତ୍ ସମୟରେ ଔଷଧ ଖାଇଲେ ଏହି ରୋଗରୁ ମୁକ୍ତି ମିଲିପାରିବ ତଥା ରୋଗ କୁ ନିୟନ୍ତ୍ରଣ କରିହେବ । ତେବେ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଛାତ୍ରୀ ଯୋଗ ଦେଇଥିଲେ l
0 Comments