ଝାରସୁଗୁଡା କେନ୍ଦୁପତ୍ର ଡିଏଫଓ କାର୍ଯ୍ୟାଳୟରେ ଆଜି କେନ୍ଦୁଲିଫ୍ ୱେଲଫେୟାର ବୋର୍ଡର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି


 ଝାରସୁଗୁଡା କେନ୍ଦୁପତ୍ର ଡିଏଫଓ କାର୍ଯ୍ୟାଳୟରେ ଆଜି କେନ୍ଦୁଲିଫ୍ ୱେଲଫେୟାର ବୋର୍ଡର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଥିବା ଯୋଜନା ଯଥା ବୋନସ, ମୃତ୍ୟୁ ଜନିତ ସହାୟତା, ଛାତ୍ର ବୃତ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ କରିବା, ପାଣି ବୋତଲ, ଚପଲ ପାଇଁ ଅର୍ଥ ପ୍ରଦାନ, କର୍ମଚାରୀଙ୍କ କାର୍ଯ୍ୟ ଦିବସ, ବନ୍ଧେଇ ଶ୍ରମିକଙ୍କ ସମସ୍ୟା, ଦୁଇଥର ଦିଆଯାଇଥିବା ଆର୍ଥିକ ସହାୟତାର ସଫଳ ରୂପାୟନର ସମୀକ୍ଷା କରାଯାଇଥିଲା । ଝାରସୁଗୁଡ଼ା ଡିଭିଜନରେ ୩୭ ଜଣ ତୋଳାଳୀ ପରିବାରଙ୍କୁ ମୃତ୍ୟୁ ଜନିତ ସହାୟତା ୪୭,୫୦,୦୦୦ ଟଙ୍କା ଏବଂ ୧୨ ସିଜନାଲ କର୍ମଚାରୀ ପରିବାରଙ୍କୁ ୧୯ ଲକ୍ଷ ଟଙ୍କା ମୃତ୍ୟୁ ଜନିତ ସହାୟତା ପ୍ରଦାନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଆଉ ୧୮୫୨ ଜଣ ନୂଆ କେନ୍ଦୁପତ୍ର ତୋଳାଳୀ ପରିଚୟ ପତ୍ର ପ୍ରଦାନ କରାଯାଇଛି ଏବଂ ପ୍ରତ୍ୟେକ ତୋଳାଳୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ବୈଠକରେ କୁହାଯାଇଥିଲା। ଆଜିର ଏହି ସମୀକ୍ଷା କାର୍ଯ୍ୟକ୍ରମରେ କେନ୍ଦୁଲିଫ୍ ବୋର୍ଡର ଉପଦେଷ୍ଟା ସଞ୍ଜିତ ମହାନ୍ତି, ଡିଏଫଓ କେନ୍ଦୁପତ୍ର  ସୋଲାରାମ ମାରାଣ୍ଡି, ପ୍ରଦୀପ ସାହୁ ଡିଭିଜନ ସମ୍ପାଦକ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ରେଞ୍ଜ ଅଫିସର ପ୍ରଶାନ୍ତ ଖମାରୀ, ଫରେଷ୍ଟର ସୁଶାନ୍ତ ଦ୍ବିବେଦୀ, ସଂଘର ପ୍ରମୁଖ କର୍ମକର୍ତ୍ତାଙ୍କ ମଧ୍ୟରେ ତରୁଣସେନ ସାହୁ, ଅଶୋକ ମାଝୀ, ଗୋବର୍ଦ୍ଧନ ପ୍ରଧାନ, ରମେଶ ପ୍ରଧାନ, ବିପିନ ପ୍ରଧାନ, ତିଳକରାମ୍ ମାଝୀ, ସନ୍ତୋଷ ପଟେଲ ସମେତ ସମସ୍ତ ରେଞ୍ଜ ଅଫିସର, ସିଜନାଲ୍ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done