ଜିଲ୍ଲା ପରିଷଦ ଯୋଜନା ଅନ୍ତର୍ଗତ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା


 ଜିଲ୍ଲା ପରିଷଦର ବିଭିନ୍ନ ଯୋଜନା ଅନ୍ତର୍ଗତ  ପ୍ରକଳ୍ପଗୁଡିକର କାର୍ଯ୍ୟ ଅଗ୍ରଗତି ସମୀକ୍ଷା ପୂର୍ବକ ଯଥା ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପରିଷଦ ସଦଭାବନା ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ପ୍ରକଳ୍ପ ୱାରୀ ସମୀକ୍ଷା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ  ଜୁଲାଇ ଶେଷ ସୁଦ୍ଧା କେନ୍ଦ୍ରୀୟ ତଥା ରାଜ୍ୟ ଅର୍ଥ କମିଶନ ପ୍ରଦତ୍ତ ଅନୁଦାନ ଅନ୍ତର୍ଗତ ବ୍ଲକ,ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ପରିଷଦ ଭାଗ ଅର୍ଥରେ ଚାଲୁ ପ୍ରକଳ୍ପଗୁଡିକର ପଚାଶ ପ୍ରତିଶତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅମୃତ ସରୋବର ଯୋଜନା ଅନ୍ତର୍ଗତ ପ୍ରକଳ୍ପ ଆସନ୍ତା ଅଗଷ୍ଟ ମାସ ପନ୍ଦର ତାରିଖରେ ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫାଇଭ ଟି ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟକୁ ମିଳିଥିବା ଅନୁଦାନ ପାଇଁ ଟେଣ୍ଡର ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ପଦକ୍ଷେପ, ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ଖର୍ଚ୍ଚ ଓ ବିନିଯୋଗ ପତ୍ର ଦାଖଲ ପୂର୍ବକ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପାଇଁ ଯୋଗ୍ୟ ବିବେଚିତ ହେବା,ମିଶନ ଶକ୍ତି କାଫେ ସକାଶେ ଏସ୍ ଏଚ୍ ଜି ଗ୍ରୁପ ଚିହ୍ନଟ, ବନ୍ଧକଟା ନବୀକରଣ ଓ ଅଙ୍ଗନ ବାଡ଼ି କେନ୍ଦ୍ରଗୁଡିକରେ ବିଦ୍ୟୁତ ସଂଯୋଗ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେବା ସହ ଏ ସମ୍ପର୍କିତ ସମୀକ୍ଷା ବୈଠକ ଆୟୋଜନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀଙ୍କୁ ପ୍ରକଳ୍ପ ୱାରି ସମସ୍ତ କାର୍ଯ୍ୟ ଅନୁଧ୍ୟାନ ପାଇଁ କୁହାଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done