କୋଲାବିରା ରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ


 ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ । ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ ଓ ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାସଙ୍କ ପକ୍ଷରୁ ଆଜି କୋଲାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୬୬ଟି ଅଭିଯୋଗ ହୋଇଥିବା ବେଳେ ୪୫ଟି ବ୍ୟକ୍ତିଗତ ଓ ୨୧ଟି ସାମୂହିକ ଅଭିଯୋଗ ରହିଥିଲା । କାରଖାନାଗୁଡ଼ିକର ବର୍ଜ୍ୟ ବେଆଇନ ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରିବା, କୋଲାବିରା ନୂତନ ବସଷ୍ଟାଣ୍ଡ ନିର୍ମାଣରେ ଛାଡ଼ି ଦିଆଯାଇଥିବା ଜମିରେ ପାଚେରୀ ନିର୍ମାଣ, ଜାତୀୟ ରାଜପଥ ୪୯ରେ କୋଲାବିରାରେ ନବ ନିର୍ମିତ ତେଲେନ ନଦୀ ବ୍ରିଜ୍ କାମକୁ ତଦନ୍ତ କରିବା, ରୁର୍ବାନ ଯୋଜନାରେ କୋଲାବିରା ବ୍ଳକର ୬ଟି ପଂଚାୟତରେ ଲଗାଯାଇଥିବା ସୋଲାର ଲାଇଟ କାର୍ଯ୍ୟର ଭିଜିଲାନ୍ସ ଦ୍ଵାରା ତଦନ୍ତ କରିବା,କୋଲାବିରାରେ କ୍ଷତିଗ୍ରସ୍ତ ହିତାଧ୍ୟାକାରୀଙ୍କୁ ଦୋକାନ ଗୃହ ପ୍ରଦାନ, କୋଲାବିରା ପଞ୍ଚାୟତ ସମିତି ଯୁକ୍ତ ୨ କଲେଜରେ ଅନିୟମିତତାର ତଦନ୍ତ, ରଘୁନାଥପାଲିରେ ଗାଈଗୋରୁଙ୍କ କବଳରୁ ଫସଲ ରକ୍ଷା ପାଇଁ ପଦକ୍ଷେପ, କେଲେଣ୍ଡାମାଲ ପଞ୍ଚାୟତ ଜାମମାଳରେ ଥିବା ଶୋଭା କେମିକାଲର ପ୍ରଦୂଷଣରେ ଜନସାଧାରଣ ଅତିଷ୍ଠ ଥିବା ବେଲେ ଏହାର ପ୍ରତିକାର,ପରମାଣପୁର କାଲିବାହାଲରେ କାରଖାନା ସ୍ଥାପନ ପାଇଁ ବାରମ୍ବାର ଜନ ଶୁଣାଣି ଶିବିରକୁ ସରପଞ୍ଚ ଓ ସମିତି ସଭ୍ୟାଙ୍କ ବିରୋଧ ଓ ବାତିଲ କରିବା, କୋଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଏହାର ପ୍ରତିଷ୍ଠାତା କୋଲାବିରାର ପୂର୍ବତନ ଜମିଦାର ଚିନ୍ତାମଣି ସିଂହଙ୍କ ନାମରେ ନାମିତ କରିବା ଆଦି ସାମୂହିକ ଅଭିଯୋଗ ରହିଥିଲା। ଜିଲ୍ଲାପାଳ ସମସ୍ତ ଅଭିଯୋଗର ଶୁଣାଣି କରିଥିଲେ । ଶେଷରେ କୋଲାବିରା ପଞ୍ଚାୟତ ତରଇକେଲା ଗ୍ରାମର ନାବାଳକ ମଣ୍ଡୁ ବିଶିଙ୍କୁ ଚିକିତ୍ସା ପାଇଁ ୨ ହଜାର ଟଙ୍କା ନଗଦ ଦିଆଯିବା ସହ ଆର୍‌ବିଏସ୍‌ ଯୋଜନାରୁ ସରକାରଙ୍କ ପକ୍ଷରୁ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଶିବିରରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖଙ୍କ ସମସ୍ତ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done