ଗତ କାଲି କାଳିନଗର କେଡି କଲୋନୀ ଅଞ୍ଚଳ ର ବିଭିନ ସମସ୍ୟା ଯଥା ପାଣି, ପରିମଳ ଏବଂ ରାସ୍ତା ସମସ୍ୟା କୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ଶ୍ରୀଯୁକ୍ତ ବିଶ୍ୱଜିତ ଷଡ଼ଙ୍ଗୀ, ରାଜ୍ୟ ଉପ ସଭାପତି ଭାରତୀୟ ଜନତା ଯୁବ ମୋର୍ଚ୍ଚା, ଓଡିଶା ଏବଂ ଶ୍ରୀଯୁକ୍ତ ରୁକମନ ଧୁରୁଆ, ମଣ୍ଡଳ ସଭାପତି ଭାରତୀୟ ଜନତା ପାର୍ଟି, ବ୍ରଜରାଜନଗର ମଣ୍ଡଳ ସେ ସ୍ଥାନ କୁ ଯାଇ ସମସ୍ୟା ସବୁ ଦେଖିଥିଲେ l ଆଜି ଓରିଏଣ୍ଟ କୋଇଲା ଖଣି sub - area ଅଫିସର ପାଖକୁ ଭାରତୀୟ ଜନତା ପାର୍ଟି ବ୍ରଜରାଜନଗର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଋକ୍ମନ ଧୁରୁଆ ଙ୍କ ନେତୃତ୍ବ ରେ ଶ୍ରୀଯୁକ୍ତ ବିଶ୍ୱଜିତ ଷଡ଼ଙ୍ଗୀ, ରାଜ୍ୟ ଉପ ସଭାପତି ଭାରତୀୟ ଜନତା ଯୁବ ମୋର୍ଚ୍ଚା, ଓଡିଶା , ଶ୍ରୀଯୁକ୍ତ ଅନିଲ କୁମାର ନାୟକ, ବରିଷ୍ଟ ନେତା , ଶ୍ରୀଯୁକ୍ତ ରତନ ଯଇସବାଳ, ମଣ୍ଡଳ ସାଧାରଣ ସମ୍ପାଦକ, ଶ୍ରୀମତୀ ଚୁମକି ପଟେଲ, ମଣ୍ଡଳ ଉପ ସଭାପତି ଏବଂ ଅନେକ ସ୍ଥାନୀୟ ମହିଳା ଙ୍କ ସହ ଅଫିସର କୁ ଦେଖା କରି ସମସ୍ତ ବିଷୟ ରେ ଅବଗତ କରିବା ସଙ୍ଗେ ସଙ୍ଗେ ପାଣି, ପରିମଳ ଏବଂ ରାସ୍ତା ବାବତ ରେ ଅବଗତ କରିଲେ l ଶ୍ରୀଯୁକ୍ତ ବିଶ୍ୱଜିତ ଷଡ଼ଙ୍ଗୀ sub - area ଅଫିସର କୁ ତାଗିଦ କରିଲେ ଯେ ଯଦି 7 ଦିନ ଭିତରେ ସମସ୍ୟା ର ସମାଧାନ ନ ହୁଏ ବେଳେ ସେ ଅଞ୍ଚଳ ର ସମସ୍ତ ଅଳିଆ ଅବର୍ଜନା କୁ ଆପଣଙ୍କର ଅଫିସ ରେ ଗଦେଇ ଦିଆ ଯିବ ଏବଂ sub - area ଅଫିସର ତିନ ଦିନ ଭିତରେ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଲେ l
0 Comments