ଝାରସୁଗୁଡ଼ା ଜିଲ୍ଲା ଅମଲା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି।


 ଝାରସୁଗୁଡ଼ା ଜିଲ୍ଲା ଅମଲା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଜି  ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଆଦିତ୍ୟ ପାଣ୍ଡେ ସଭାପତି,ରୋହିତ ବେହେରା କାର୍ଯ୍ୟକାରୀ ସଭାପତି,ଅମୀୟ କୁମାର ସରାଫ ଉପ ସଭାପତି, ପଲଟୁ କୁମାର ନାୟକ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସୁନିଲ କୁମାର ପ୍ରଧାନ ମୁଖ୍ୟ ଉପଦେଷ୍ଟା, ବେଣୁଧର ଛଞ୍ଚାଣ, ପ୍ରମୋଦ କୁମାର ମିଶ୍ର ଓ ସତ୍ୟାନନ୍ଦ ବଂଜାରାଙ୍କୁ ଉପଦେଷ୍ଟା ଭାବରେ ମନୋନୀତ କରାଯାଇଛି। ପାଞ୍ଚ ଜଣ ସହ ସମ୍ପାଦକ ଓ ଦଶ ଜଣ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବରେ ମନୋନୀତ ହୋଇଥିବା ବେଳେ ବିଭୁତି ଭୂଷଣ ନାୟକଙ୍କୁ  କାର୍ଯ୍ୟାଳୟ ସମ୍ପାଦକ, ମାନିନୀ ଶତପଥୀ ସାଂଗଠନିକ ସମ୍ପାଦକ, କୋଷାଧ୍ୟକ୍ଷ ଷ୍ଟାଲିନ ପଟେଲ, ଅଡିଟର କାହ୍ନୁ ଚରଣ ମୁଦୁଲି ଓ ରଞ୍ଜିତ ପଟେଲ ଏବଂ ଦୀପଶିଖା ସିଂହଙ୍କୁ ମିଡିଆ ସମ୍ପାଦକ ଭାବେ ଚୟନ କରାଯାଇଛି। ପର୍ଯ୍ୟବେକ୍ଷକ ଭାବେ ସୁନ୍ଦରଗଡ଼ ଜିଲ୍ଲା ଅମଲା ସଂଘ ସଭାପତି ସୁଧାଂଶୁ ମେହେର ଓ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ପତି ଯୋଗଦାନ କରିଥିଲେ। ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ  ପୁନର୍ଗଠିତ ଝାରସୁଗୁଡ଼ା ଜିଲ୍ଲା ଅମଲା ସଂଘ ଶାଖା କାର୍ଯ୍ୟ ସମ୍ପାଦନ କରିବା ସକାଶେ ରାଜ୍ୟ ଅମଲା ସଂଘର ମଞ୍ଜୁରୀ ଲୋଡ଼ା ଯାଇଛି ବୋଲି ନୂତନ ଭାବେ ନିର୍ବାଚିତ ସଭାପତି ଶ୍ରୀ ପାଣ୍ଡେ , ସମ୍ପାଦକ ଶ୍ରୀ ନାୟକ ଜଣାଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done