କୃତି ଛାତ୍ରଛାତ୍ରୀଙ୍କୁ ଦିଆଗଲା ସମ୍ବର୍ଦ୍ଧନା । ଝାରସୁଗୁଡ଼ା ଜିଲ୍ଲା ରାମଚଣ୍ଡୀ ସେବା ସମିତି ପକ୍ଷରୁ ୨୦୨୨-୨୩ ଶିକ୍ଷାବର୍ଷରେ ବିଶେଷ କୃତିତ୍ଵ ହାସଲ କରିଥିବା ବିସାଶହେ କୁଲତା ସମାଜର ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ସଂସ୍କୃତି ଭବନ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଅନନ୍ତରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରଫେସର କାମଦେବ ସାହୁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗବେଷକ ଡ. ଗୌରିଦାସ ପ୍ରଧାନ, ଲକ୍ଷ୍ମୀ ନାରାୟଣ କଲେଜ ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅଧ୍ୟାପକ ଝସ କୁମାର ଖମାରୀ, ସରକାରୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁରଲିପାଲିର ଅଧ୍ୟକ୍ଷା କଳ୍ପନା ପ୍ରଧାନ ଓ ରେଙ୍ଗାଲି ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ରମଣୀ କାନ୍ତ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ତପନ କୁମାର ବାରିକ ପରିଚାଳନା କରିଥିଲେ । ଏହି ଅବସରରେ ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଓଡ଼ିଶାରେ ପ୍ରଥମ ହୋଇଥିବା କମଗାଁ କଲେଜର ଛାତ୍ର ସ୍ଵସ୍ତିକ ଖମାରୀଙ୍କୁ ସମ୍ମାନିତ କରାଯାଇଥିଲା । ସେହିଭଳି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଟ୍ଵିଙ୍କିଲ ବିଶ୍ବାଳ, ସ୍ମୁତିରାଣୀ ପ୍ରଧାନ, ଅବିନାଶ ବାରିକ ଓ ପ୍ରିୟାଂଶୁ କୁମାର ବଢ଼ାଇ, ଯୁକ୍ତ ଦୁଇ କଳାରେ ସର୍ବାଧିକ ନମ୍ବର ରଖିଥିବା ମହିମା … କଲେଜର ଦୀପା ବାରିକ, ମୋନାଲିସା ପ୍ରଧାନ, ଚୂନମୁନ ପ୍ରଧାନ, ଜ୍ୟୋତି ସା, ଯୁକ୍ତ ଦୁଇ ବିଜ୍ଞାନରେ ଇପସିତା ବଢେଇ, ତିତିକ୍ଷା ସାହୁ, ଯୁକ୍ତ ଦୁଇ ବାଣିଜ୍ୟର ପାୟଲ ଭୋଇ,ଯୁକ୍ତ ତିନି ପ୍ରାଣୀ ବିଜ୍ଞାନରେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ରୀତା ସାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡାକ୍ତର ଦିବେନ୍ଦୁ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମାଜର ଜିଲ୍ଲା ସଭାପତି ରାଧାକାନ୍ତ ସା ଧନ୍ୟବାଦ ଅର୍ପଣ କରିଥିଲେ ।
0 Comments