ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ବୈଠକ ।


 ଶିଶୁ ଶ୍ରମିକ ପ୍ରଥାର  ଉଛେଦ ଓ ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ ଘୋଷଣା କରିବା ଦିଗରେ ସମସ୍ତେ ସଚେତନ  ହେବା ଆବଶ୍ୟକ ବୋଲି ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସରକାରୀ ପଦାଧିକାରୀ, ବଣିକ ସଂଘ , ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଶ୍ରମ ସଙ୍ଗଠନ କର୍ମକର୍ତ୍ତା ଆଲୋଚନା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ ଶିଶୁ ଶ୍ରମିକ ଚିହ୍ନଟ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ଚିହ୍ନିବା , ଉପଯୁକ୍ତ ପାଠ୍ୟ ଦାନ ଦିଗରେ ବ୍ୟବସ୍ଥା ଓ ଧନ୍ଦାମୂଳକ ଶିକ୍ଷା ଦ୍ୱାରା ପ୍ରୋତ୍ସାହନ ଓ ଥଇଥାନର ଵ୍ୟଵସ୍ଥା ଦିଗରେ ସହଯୋଗର ଆବଶ୍ୟକତା ଜରୁରୀ ବୋଲି କହିଥିଲେ । ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ପଞ୍ଚାୟତ ଓ ବ୍ଲକ ସ୍ତରରୁ କାର୍ଯ୍ୟକ୍ରମ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଗ୍ରହଣ ଓ ଏହାର ସଫଳ ରୂପାୟନ  ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ହେବା ଉଚିତ ବୋଲି ବୈଠକରେ ମତ ପୋଷଣ କରାଯାଇଥିଲା। ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିସାନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୂଣ୍ୟବତୀ ହେଲେନ ଖେସ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପଲଷ୍ମୀ ହୋତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା,ସିଡବ୍ଲ୍ୟୁସି ଅଧ୍ୟକ୍ଷ  ଆଶିଷ କୁମାର ପଣ୍ଡା, ବଣିକ ସଂଘ ସଭାପତି ହୀରାଲାଲ ଲୋକଚନ୍ଦାନି, ପ୍ରଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।ସହକାରୀ ଶ୍ରମ ଅଧିକାରୀ ସସ୍ମିତା ବିଶ୍ୱାଳ, ଏନ୍ ସି ଏଲ୍ ପି ପ୍ରୋଗ୍ରାମ ମ୍ୟାନେଜର ଜନ୍ମଜୟ ସା

ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରୁରାଲ ଲେବର ଇନିସପେକ୍ଟର ବିମଲ କୁମାର ଦାସ  ଧନ୍ୟବାଦ ଅର୍ପଣ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done