ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ର ଝାରସୁଗୁଡା ବ୍ଲକ ସଭାପତି ଶ୍ରୀ ସ୍ୱର୍ଗତ: ଭେଷଜ ମାଝୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା


 ଅଖିଳ ଭାରତୀୟ ଗୋଣ୍ଡବାନା ଗୋଣ୍ଡ ମହାସଭା  ଓ ସମ୍ମଳିତ ଆଦିବାସୀ ସମାଜ  ର ମିଳିତ ଆନୁକୂଲ୍ୟରେ ଝାରସୁଗୁଡା କାପୁମାଲ ସ୍ଥିତ ଗୋଣ୍ଡ ଭବନ ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ର ଝାରସୁଗୁଡା ବ୍ଲକ ସଭାପତି ଶ୍ରୀ ସ୍ୱର୍ଗତ: ଭେଷଜ ମାଝୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା ସମ୍ମଳିତ ଆଦିବାସୀ ସମାଜ ବ୍ରଜରାଜନଗର ସଭାପତି ଶ୍ରୀ ରୁକ୍ମଣ ଧୁରୁଆଙ୍କ ଅଦ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ: ମାଝୀ ଝାରସୁଗୁଡା ଲହଣ୍ଡା ବୁଡ଼ ଗ୍ରାମରେ ପିତା ଦୁର୍ଲଭ ମାଝୀ ଓ ମାତା ପୂର୍ବତନ ଝାରସୁଗୁଡା ବ୍ଲକ ଅଦ୍ୟକ୍ଷା ଶ୍ରୀମତୀ ସରୋଜିନୀ ମାଝୀ ଙ୍କ ଘରେ ଇଂ ତା: 04/08/1983 ମସିହାରେ ଜନ୍ମଗ୍ରହଣକରିଥିଲେ। ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା  । ଝାରସୁଗୁଡା ସ୍ଥିତ ଘରୋଇ  ହସ୍ପିଟାଲରେ ଚିକିତ୍ସାଧୀନ  ଅବସ୍ଥାରେ ସକାଳ ୭ :୦୦ ଘଣ୍ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ଜିଲ୍ଲା ରେ ଏକ ପ୍ରକାର ଶୋକ ର ଛାୟା ଖେଳିଯାଇଥିଲା।ସେ ଜଣେ ମେଳାପୀ, ପରୋଉପକାରୀ, ଦକ୍ଷ ଓ ପ୍ରବୀଣ ସମାଜ ସେବୀ ଥିଲେ। ଉକ୍ତ ସଭାରେ ସ୍ବର୍ଗତ: ମାଝୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଶୋକ ସନ୍ତପ୍ତ  ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ସମ୍ମଳିତ ଆଦିବାସୀ ସମାଜ ଜିଲ୍ଲା ସଭାପତି ଶ୍ରୀ ମାଧବ ସିଂହ ନାଏକ, ଶ୍ୟାମ ଲାଲ ନାଏକ, ତେଜରାମ ନାଏକ, ହେମନ୍ତ ଧୁରୁଆ, ଅଶୋକ ମାଝୀ, ପ୍ରଭାକର ଓରାମ,ଠାକୁର ପ୍ରଧାନ,ମୂରଲୀ ଭୋଇ,ବୀରକିଶୋର ଧୁରୁଆ, ସୁବଲ ଧୁରୁଆ, ହୁକୁମ ସିଂହ,ବାଵଲୁ ଭୋଇ, ସଂଯୁକ୍ତା ବାର୍ଳା, ତ୍ରିଲୋଚନ ଡ଼ନସେନା,ବିନୋଦ ବଗ,ଚିନ୍ତାମଣି ଭୋଇ, ଓ ବାସୁଦେବ ଧୁରୁଆ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done