ଆସନ୍ତା କାଲି ସକାଳ ୯ ଟା ୫୦ ରେ ହେବାକୁ ଯାଉଛି ନୂଆଁ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ।


 ଆସନ୍ତା କାଲି ସକାଳ ୯ ଟା ୫୦ ରେ ହେବାକୁ ଯାଉଛି ନୂଆଁ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବ ଶପଥ ଗ୍ରହଣ ଉତ୍ସବ । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଶପଥ ଗ୍ରହଣ ସୂଚୀ ଜାରି କରାଯାଇଛି । ୯ ଟା ୫୦ ରେ ରାଜ୍ୟପାଳ ନୂଆଁ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ଏହି ଶପଥ ପାଠ ଉତ୍ସବରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାହା ମୁଣ୍ଡରେ ମନ୍ତ୍ରୀ ସୁନା କଳସ ଢ଼ାଳିବେ ସେନେଇ ଚର୍ଚ୍ଚା ଜୋର ଧରିଛି । ହେଲେ କାହାକୁ ମନ୍ତ୍ରୀ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ହେଡ କ୍ୱାଟର ନ ଛାଡ଼ିବାକୁ ମନ୍ତ୍ରୀ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ବିଜେଡିର ହୃଦସ୍ପନ୍ଦନ ବଢ଼ିବାରେ ଲାଗିଛି । କାହାକୁ ନୂଆଁ ମନ୍ତ୍ରୀ ପଦ ମିଳିବ ଓ ଆଉ କିଏ ମନ୍ତ୍ରୀ ପଦରୁ ବାଦ୍ ପଡିବ ତାକୁ ନେଇ ନେତାଙ୍କ ଛାତି ଧଡ଼ପଡ଼ ହେବାରେ ଲାଗିଛି । ଦିପାଳୀ ଦାସ , ଲତିକା ପ୍ରଧାନ, ବିକ୍ରମ କେଶରୀ ଆରୁଖ , ଶାରଦା ନାୟକ ଓ ସୁଶାନ୍ତ ସିଂ ଙ୍କ ନାଁ ଚର୍ଚ୍ଚା ରେ ରହିଛି । ଦିପାଳୀ ଦାସ ଝାରସୁଗୁଡ଼ାର ବିଧାୟିକା ଭାବରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏପର୍ଯ୍ୟନ୍ତ କାହାକୁ ମନ୍ତ୍ରୀପଦ ମିଳିବ ସେନେଇ ରହସ୍ୟ ଉଠିନାହିଁ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done