ବ୍ରଜରାଜନଗର ସ୍ଥିତ ଓପିଏମ୍ କଲୋନୀରେ ଟ୍ରକ ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା ଘଟଣା, ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କଲା ପୋଲିସ


 ଟ୍ରକ୍ ଡ୍ରାଇଭରକୁ ପିଟିପିଟି ହତ୍ୟା ଘଟଣା ରେ ବ୍ରଜରାଜନଗର ପୋଲିସ୍ ଟ୍ରକ୍ ମାଲିକଙ୍କ ସମେତ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବ୍ରଜରାଜନଗର OPM ଅଭିଯୁକ୍ତମାନେ ହେଲେ ବ୍ରଜରାଜନଗର OPM କଲୋନୀର ମାଲିକ ବୀରେନ୍ଦ୍ର ପ୍ରସାଦ ଯାଦବ, ଦୀପକ ଯାଦବ, ଓ ଆଶିଷ ଜଗତ । ଏନେଇ ମୃତ ଡ୍ରାଇଭର ଇନ୍ଦ୍ରଜିତ ପାଶୱାନ ଙ୍କ ସ୍ତ୍ରୀ ସରିତା ଦେବୀ ତାଙ୍କ ସ୍ବାମୀଙ୍କୁ ମାଲିକ ଓ ତାଙ୍କ ସମ୍ପର୍କୀୟମାନେ ପିଟିପିଟି ହତ୍ୟା କରିଛନ୍ତି ବୋଲି ପୋଲିସ୍ ରେ ଅଭିଯୋଗ କରିଥିଲେ । ପୋଲିସ୍ ଏନେଇ ବ୍ରଜରାଜନଗର ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା । ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଟ୍ରକ୍ , ଜଗରଡ୍, ଲୁହାରଡ , ଆଦି କୁ ପୋଲିସ୍ ଜବତ୍ କରିଛି । 

          ବ୍ରଜରାଜନଗର OPM କଲୋନୀରେ ରହୁଥିବା ଇନ୍ଦ୍ରଜିତ ପାଶୱାନ ନାମକ ଜଣେ ଟ୍ରକ୍ ଡ୍ରାଇଭର ତାଙ୍କ ମାଲିକ ନିକଟରେ ଦୀର୍ଘ ୪ ବର୍ଷରୁ କାର୍ଯ୍ୟ କରି ଆସୁଥିଲେ । ଟ୍ରକ୍ ମାଲିକ୍ ଇନ୍ଦ୍ରଜିତ ଙ୍କୁ ନିୟମିତ ଓ ସଠିକ୍ ଦରମା ନଦେଇ ବିଭିନ୍ନ ସମୟରେ ହଇରାଣ କରି ନିର୍ଯ୍ୟାତନା ଦେଉଥିଲେ । ତେବେ ସୂଚନା ଅନୁସାରେ ଗତ ୧୬ ତାରିଖ ସକାଳ ସମୟରେ ମାଲିକ ବୀରେନ୍ଦ୍ର ଯାଦବ ଓ ତାଙ୍କ ସମ୍ପର୍କୀୟ ଦୀପକ ଯାଦବ ମିଶି ଡ୍ରାଇଭର ଇନ୍ଦ୍ରଜିତ ଙ୍କୁ କୋଇଲା ଖଣି ଅଞ୍ଚଳରେ କୋଇଲା ବୋଝେଇ କରିବା ପାଇଁ କହିଥିଲେ । ଏଥିରେ ବ୍ୟତିକ୍ରମ ହେବାରୁ ମାଲିକ ଓ ତାଙ୍କ ସମ୍ପର୍କୀୟମାନେ ପ୍ରବଳ ମାଡ଼ ମାରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ଆହତ ଅବସ୍ଥାରେ ତାଙ୍କୁ ଦୀପକ ଓ ଆଶିଷ ଏକ ବାଇକରେ ଆଣି ତାଙ୍କ ଘର ବାହାରେ ଛାଡ଼ିଦେଇ ଚାଲିଯାଇଥିଲେ । ଏହାପରେ ତାଙ୍କ ସ୍ତ୍ରୀ ସବିତା ଦେବୀ ଇନ୍ଦ୍ରଜିତ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍ କୁ ନେଇଥିଲେ । ସେଠାରେ ଇନ୍ଦ୍ରଜିତ ଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଇନ୍ଦ୍ରଜିତଙ୍କ ସ୍ତ୍ରୀ ବ୍ରଜରାଜନଗର ଥାନାରେ ଏତେଲା ଦେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done