ଶାସନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ହାତରେ ନାହିଁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।


 ଜମୁଛି ଝାରସୁଗୁଡ଼ାରେ ଉପନିର୍ବାଚନ ପ୍ରଚାର । କେନ୍ଦ୍ରମନ୍ତ୍ରୀ ଓହ୍ଲାଇଛନ୍ତି ନିର୍ବାଚନୀ ମଣ୍ଡଳୀରେ ରେ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବାକୁ । କୋଲାବିରା ରେ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିଛନ୍ତି । ଏହି ପ୍ରଚାର ସମୟରେ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିବା ସହ କିଏ ସେ କଳା ପାହାଡ଼ ଯିଏ ରାଜ୍ୟରେ ଶାସନ କରୁଛି ବୋଲି ପ୍ରଶ୍ନ କରିଥିଲେ । ଏହି ପ୍ରଚାର ସମୟରେ ଧର୍ମେନ୍ଦ୍ର କିଶୋର ମହାନ୍ତି,  ହେମାନନ୍ଦ ବିଶ୍ବାଳ ଙ୍କୁ ମାନେ ପକାଇଥିଲେ । ନବ କିଶୋର ଦାସଙ୍କ ଦେହାନ୍ତ ଅଞ୍ଚଳ ପାଇଁ ବଡ଼ କ୍ଷତି ଥିବା ବେଳେ କୌଣସି ସମୟରେ ବି ସମୟରେ ଉପନିର୍ବାଚନ ର ସମୟ ନ ଆସୁ ବୋଲି ସେ କହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଦିପାଳୀ, ବିଶାଳଙ୍କ ପ୍ରତି ମୋର ସମବେଦନା ରହିଛି ହେଲେ ରାଜ୍ୟ ସରକାର କାହିଁକି ନବ ଦାସ୍ ହତ୍ୟାକାଣ୍ଡ ପଛର କାରଣ କଣ ରହିଛି ସେ ବିଷୟରେ କିଛି କହିନାହାନ୍ତି କଣ ପାଇଁ ସେନେଇ ପ୍ରଶ୍ନ କରିଥିଲେ । ଏହା ସହିତ ସମର୍ଥ ମୃତ୍ୟୁ କୁ ନେଇ ମଧ୍ୟ ରାଜ୍ୟ ସରକାର ଙ୍କୁ ପ୍ରଶ୍ନ କରିଥିଲେ ଏବଂ ସରକାର ଏହାର ଉତ୍ତର ଦିଅନ୍ତୁ ବୋଲି କହିଥିଲେ । ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟୁ ନାହାଁନ୍ତି । ଦଳର ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ନାହାଁନ୍ତି ।ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେବା ଦିନ ଠାରୁ କେବେ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ ଥିବା ବେଳେ ରାଜ୍ୟରେ କିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ସହିତ କିଏ ସେ କଳା ପାହାଡ଼ ଯିଏ ରାଜ୍ୟରେ ଶାସନ କରୁଛି ବୋଲି ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ । ପୁଣି କେନ୍ଦ୍ର ସରକାର ୨୩ ହଜାର ଘର ଲୋକଙ୍କ ପାଇଁ ଉପଲବ୍ଧ କରିଥିବା ବେଳେ କାହିଁକି ତାହା ଲୋକ ମାନଙ୍କୁ ମିଳୁନାହିଁ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ । ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ବର୍ଶିବା ସହିତ ରାଜ୍ୟ ସରକାର ଶାସନଭାର ସଠିକ୍ ଭାବରେ ତୁଲାଇ ପାରୁ ନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done