ଦିପାଳିଙ୍କୁ ଜିତାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ।


 ଦିପାଳିଙ୍କୁ ଜିତାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ । ମୁଖ୍ୟମନ୍ତ୍ରୀ କହିଲେ ଦିପାଳୀଙ୍କ ସହିତ ରହିଲେ ବିକାଶ ହେବ ତ୍ଵରାନ୍ଵିତ । ପ୍ରଚାର ସରିବାର ଦିନକ ପୂର୍ବରୁ ହାଇଭୋଲଟେଜ୍ ପ୍ରଚାରରେ ଉଠିଥିଲା ପଡ଼ିଥିଲା ଝାରସୁଗୁଡ଼ା । ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡ଼ାର ଅମଲିପାଲିରେ ବିଜେଡି ପ୍ରାର୍ଥୀନୀ ଦିପାଳୀ ଦାସଙ୍କ ପାଇଁ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ଆଜି ଅପରାହ୍ନ ରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ପହଞ୍ଚିଥିଲେ ନିର୍ବାଚନ ସଭାସ୍ଥଳ ହୁଳହୁଳିରେ କମ୍ପି ଉଠିଥିଲା । ନବୀନଙ୍କୁ ଦେଖିବା ପାଇଁ ଏବଂ ତାଙ୍କୁ ମୁହଁରୁ ପଦେ କଥା ଶୁଣିବା ପାଇଁ କର୍ମୀ ଓ ସମର୍ଥକଙ୍କ ଭିଡ଼ ଲାଗି ରହିଥିଲା । କାହାର ହେବ ଝାରସୁଗୁଡ଼ା ? ଶେଷ ମୁହୂର୍ତ୍ତରେ ଗଡ ଦଖଲ ପାଇଁ ପ୍ରଚାର ମଇଦାନରେ ହାଇଭୋଲ୍ଟେଜ ଟକ୍କର ହୋଇଛି । ଏହି ସଭାରେ ସୁପ୍ରିମୋ କହିଥିଲେ ଯେ ନବ ଦାସଙ୍କ କାମ ପାଇଁ ଝାରସୁଗୁଡ଼ାବାସୀ ତାଙ୍କୁ ମନେ ରଖିବେ । ତାଙ୍କ ଦାୟିତ୍ଵ ନେବାକୁ , ସେବା କରିବାକୁ ଦିପାଳୀ ଆଗେଇ ଆସିଛନ୍ତି । ଦିପାଳୀ ଜଣେ ଉଚ୍ଚ ଶିକ୍ଷିତା ଓ ସମାଜସେବାରେ ବେଶୀ ରୁଚି ରଖନ୍ତି । ଦିପାଳୀ ଏ ମାଟିର ଝିଅ ତାଙ୍କୁ ସେବା ପାଇଁ ଆପଣ ସୁଯୋଗ ଦିଅନ୍ତୁ । ମୋର ବିଶ୍ବାସ ଦିପାଳୀ ସେବାର ସୁଯୋଗ ପାଇଲେ ତାକୁ ସାକାର କରିବେ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଭାରେ କହିଥିଲେ । ଅନ୍ୟପଟେ ପଦ୍ମପୁର ଉପ ନିର୍ବାଚନ ପ୍ରଚାର ବେଳେ ବିରୋଧୀଙ୍କ କଟାକ୍ଷ କୁ ମାନେ କରି ବିରୋଧୀଙ୍କୁ ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଦିପାଳୀ ଙ୍କୁ ବିରୋଧୀ ଦଳ ଆକ୍ଷେପ କରୁଥିବା ଅଭିଯୋଗ କରିଥିଲେ ନବୀନ । ସୋମବାର ସନ୍ଧ୍ୟାରେ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବ । ପ୍ରଚାର ସରି ଆସୁଥିବା ବେଳେ ଉଭୟ ବିଜେଡି ଓ ବିଜେପି ପୁରା ଦମ୍ ଲଗାଇ ପ୍ରଚାର କରିଛନ୍ତି । ମେ ୧୦ ତାରିଖରେ ପଡ଼ିବ ଭୋଟ । ତେବେ ଝାରସୁଗୁଡ଼ାବାସୀ କାହାର ସପକ୍ଷରେ ମତ ଦେବେ ତା ଉପରେ ରହିଛି ସାରା ରାଜ୍ୟର ନଜର ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done