ବନ୍ଦ ପଡ଼ିଥିବା ଵ୍ରରାଜନଗର ଓରିଏଣ୍ଟ କାଗଜକଳର ଫିନିସିଙ୍ଗ ହାଉସରେ ଅଗ୍ନିକାଣ୍ଡ ଘଟି ୫୦ ଟନରୁ ଉର୍ଦ୍ଧ୍ବ କାଗଜ ପୋଡ଼ି ଭସ୍ମୀଭୂତ ହୋଇଯାଇଛି।


 ବନ୍ଦ ପଡ଼ିଥିବା ଵ୍ରରାଜନଗର ଓରିଏଣ୍ଟ କାଗଜକଳର ଫିନିସିଙ୍ଗ ହାଉସରେ ଅଗ୍ନିକାଣ୍ଡ ଘଟି ୫୦ ଟନରୁ ଉର୍ଦ୍ଧ୍ବ କାଗଜ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଏହି ଘଟଣା ସକାଳ ୬ଟାରେ ଘଟିଛି। ନିକଟରେ ଥିବା କିଛି ସୁରକ୍ଷା କର୍ମୀ ଧୂଆଁ ଉଠୁଥିବା ଦେଖି କାରଖାନାର ସୁରକ୍ଷା ଅଧିକାରୀ ଗୌତମ ତ୍ରିପାଠୀଙ୍କୁ ଖବର ଦେଇଥିଲେ। ଖବର ପାଇ କାରଖାନାର ସୁରକ୍ଷା ଅଧିକରି ଶ୍ରୀ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଝାରସୁଗୁଡ଼ା ଅଗ୍ନିଶମ ବିଭାଗ ଓ ମହାନଦୀ କୋଲ କମ୍ପାନୀ ଅଧୀନରେ ଥିବା ଓରିଏଣ୍ଟ ରେସକିୟୁ ଷ୍ଟେସନକୁ ଖବର ଦେଇଥିଲେ।ଝାରସୁଗୁଡ଼ା ଅଗ୍ନିଶମ ବିଭାଗ ଓ ଓରିଏଣ୍ଟ ରେସକିୟୁ ଦମକଳ ବାହିନୀ ନିଆଁ ଲିଭାଉଛନ୍ତି। କାଗଜରେ ନିଆଁ ଲାଗିବା ସହିତ ସିଲିଙ୍ଗ ମଧ୍ୟ ନିଆଁ ଧରି ନେଇ ଥିଲା। ଠିକ ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ମିଲକୁ ରକ୍ଷା କରାଯିବା ସମ୍ଭବ ହୋଇଛି। କାରଖାନାର ଅନ୍ୟ ଅଧିକାରୀ ଅମୂଲ୍ୟ ପୃଷ୍ଟି, ବାସୁଦେବ ମୁଣ୍ଡା, ଓରିଏଣ୍ଟ ରେସକିୟୁ ଷ୍ଟେସନ ଅଧୀକ୍ଷକ ଅଶୋକ ଗଡ଼ନାୟକ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ ପାଇଁ ସହଯୋଗ କରିଥିଲେ। କାରଖାନା ଭିତରର ଚୋରମାନେ ପଶି ଏଭଳି କାଣ୍ଡ କରିଥିବା ସୁରକ୍ଷା ଅଧିକାରୀ ଗୌତମ ତ୍ରିପାଠୀ କହିଛନ୍ତି। ଏବେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତାଧୀନ ରହିଛି। କିନ୍ତୁ ଲିଭାଇବା ପାଇଁ ଆହୁରି ୧୨ ଘଣ୍ଟାରୁ ଅଧିକ ସମୟ ଲାଗିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଆବଶ୍ୟକ ହେଲେ ଅଧିକ ଦମକଳ ବାହିନୀର ସହଯୋଗ ନିଆଯିବ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done