ଆସନ୍ତା ୭ରେ ଝାରସୁଗୁଡ଼ାରେ ଦୁଇ ବଡ ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ।

 

ଝାରସୁଗୁଡ଼ା ରେ ହେବାକୁ ଯାଉଛି ହାଇ ଭୋଲ୍ଟେଜ୍ ପ୍ରଚାର । ଗୋଟିଏ ଦିନରେ ଦୁଇ ବଡ଼ ନେତା ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଆସନ୍ତା ୭ ତାରିଖରେ ପ୍ରଚାର ମଇଦାନ କୁ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡ଼ା ବ୍ଳକରେ ଦଳୀୟ ସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଦଳୀୟ ପ୍ରାର୍ଥୀ ଦିପାଳୀ ଦାସଙ୍କ ପାଇଁ ଏହି ସମାବେଶ ଜରିଆରେ ଭୋଟ୍ ପାଇଁ ନିବେଦନ କରିବେ ବିଜେଡି ସୁପ୍ରିମୋ । ସେହିପରି ସେଇ ସମାନ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ାରେ ପ୍ରଚାର କରିବେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ । ପ୍ରଚାର ସହିତ ନିର୍ବାଚନୀ ସଭା, ରୋଡ ଶୋ କରିବେ ଧର୍ମେନ୍ଦ୍ର ପ୍ରଧାନ । ତେବେ ତିନି ଦଳର ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ସହିତ ମିଶି ପ୍ରଚାର କରୁଛନ୍ତି । ମେ ୧୦ ରେ ଝାରସୁଗୁଡ଼ା ବିଧାୟକ ଆସନ ପାଇଁ ଭୋଟ ହେବାକୁ ଥିବା ବେଳେ ୮ ତାରିଖ ହେଉଛି ପ୍ରଚାର ର ଶେଷ ଦିନ । ୧୩ ମେ ରେ ରହିଛି ଭୋଟ ଗଣତି । ତେବେ ସମସ୍ତେ ଦାବି କରିଥିଲେ ଝାରସୁଗୁଡ଼ା ଉପନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ କେମିତି ଆସିବେ । ଏବଂ ଶେଷକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଆସିବା ପାଇଁ ସହମତି ଦେଇଛନ୍ତି । ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି ନିଜର ଦଳୀୟ ପ୍ରାର୍ଥୀ ଦିପାଳୀ ଦାସ ଙ୍କ ପାଇଁ ପ୍ରଚାର କରିବାକୁ । ସର୍କିଟ ହାଉସ୍ ନିକଟସ୍ଥ ପଡିଆରେ ଏକ ଦଳୀୟ ସମାବେଶ ହେବ ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ ବୋଲି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଶାରଦା ନାୟକ ସୂଚନା ଦେଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done