#ବିଜେପି_ବିଜେଡି_ମୁହାଁମୁହିଁ ବିଜେପି ରାଲିକୁ ଅଣ୍ଡା ଓ ଟେକାପଥର ମାଡ଼ ନେଇ ଅଭିଯୋଗ।


 ବିଜେପିର ଷ୍ଟାର୍ ପ୍ରଚାର ସମୟରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ । ଅଭିଯୋଗ କରିଛନ୍ତି ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ  । ଝାରସୁଗୁଡ଼ା ଉପନିର୍ବାଚନ କୁ ନେଇ ପ୍ରଚାର ଚରମ ରେ ରହିଛି । ଷ୍ଟାର୍ ପ୍ରଚାର ଆରମ୍ଭ ହୋଇସାରିଛି । ତେବେ ଏହି ଷ୍ଟାର୍ ପ୍ରଚାର ସମୟରେ ଏବେ ଉତ୍ତେଜନା ପରିସ୍ଥିତ ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି । ବିଜେପି ଦଳ ପକ୍ଷରୁ ଷ୍ଟାର୍ ପ୍ରଚାର ପାଇଁ ଆସିଥିବା ସୁନ୍ଦରଗଡ ବିଧାୟିକାଙ୍କ ଉପରେ ହୋଇଛି ଆକ୍ରମଣ । ବିଧାୟିକା ଏହି ଆକ୍ରମଣ ବିଜେଡି କର୍ମୀ ମାନେ କରିଥିବା ନେଇ ଥାନା ରେ ଅଭିଯୋଗ କରିଛନ୍ତି । ଲଇକେର ଥାନ ଅନ୍ତର୍ଗତ ନିକ୍ତିମାଲ ଗ୍ରାମରେ ବିଜେପି ପକ୍ଷରୁ ଷ୍ଟାର୍ ପ୍ରଚାର ଚାଲିଥିବା ସମୟରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ  ପ୍ରଚାର ପାଇଁ ଆସିଥିଲେ । ତେବେ ନୀକ୍ତିମାଲ ର କିଛି ବିଜେଡି କର୍ମୀ ତାଙ୍କ ଉପରେ ପଥର ମାଡ଼ ସହିତ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ତାଙ୍କ ଉପରକୁ ବିଜେଡି କର୍ମୀ ମାନେ ଟେକା ପଥର ସହିତ ଗାଡ଼ିରେ ଅଣ୍ଡା ମାଡ ମଧ୍ୟ ହୋଇଥିଲା । ଏହା ସହିତ ହତ୍ୟା କରିବା ପାଇଁ ମଧ୍ୟ ଚେଷ୍ଟା ହୋଇଥିବା ନେଇ ବିଧାୟକା କୁସୁମ ଟେଟେ ଲଇକେରା ଥାନା ରେ ଲିଖିତ ଭାବରେ ଅଭିଯୋଗ କରିଥିବା ସୂଚନା ରହିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done