ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧୀକରଣ ଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ଆଇନ୍ ସେବା, ପରାମର୍ଶ ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସପ୍ତାହ ବ୍ୟାପୀ ଏକ ସ୍ଵତନ୍ତ୍ର ଅଭିଯାନ ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ଗତ 22 ତାରିଖ ଠାରୁ ଆରମ୍ଭ ହୋଇଥିଲା ଯାହା ଆଜି ଶେଷ ହୋଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଦ୍ଵାରା ଏହି ସପ୍ତାହ ବ୍ୟାପୀ ସ୍ଵତନ୍ତ୍ର ଅଭିଯାନ ସଫଳ ହୋଇଯାଇଅଛି। ଏହି ଅଭିଯାନ ର ଅନ୍ତିମ ଦିନରେ ଆଜି ବେହେରାମାଲ ସେବାଶ୍ରମ ବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରାଧିକରଣ ସଚିବ ସୁଶ୍ରୀ ନେହା ଦାସ ତିନି ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କ ମଧ୍ଯ ରୁ ଦୁଇ ଜଣଙ୍କୁ ତିନି ଚକିଆ ସାଇକେଲ ଏବଂ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସମାଜ ସୁରକ୍ଷା ଅଧିକାରୀ ଝାରସୁଗୁଡ଼ା ବ୍ଲକ ଶ୍ରୀ ସୌମ୍ୟରଞ୍ଜନ ଭୋଇ ଉପସ୍ଥିତ ଥିଲେ। ଏହି ସାତ ଦିନ ମଧ୍ୟରେ ପ୍ରାଧିକରଣ ର ତାଲିକା ଭୁକ୍ତ ଆଇନଜୀବୀ ଓ ପାରା ଲିଗାଲ ସ୍ଵେଚ୍ଛାସେବୀ ମାନେ ଘରକୁ ଘର ଯାଇ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ତାଙ୍କର ଅଧିକାର ଏବଂ ସରକାରୀ ଯୋଜନା ଗୁଡିକ ସମ୍ପର୍କରେ ସଚେତନ କରାଇଥିଲେ। ଏହା ବାଦ୍ ଯଦି କୌଣସି ଭିନ୍ନକ୍ଷମ ବ୍ୟକ୍ତି ନିଜ ଅଧିକାର ରୁ ବଞ୍ଚିତ ହେଉଛନ୍ତି କିମ୍ବା ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ସରକାରୀ ଯୋଜନା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ପରିଚାଳିତ ଟୋଲ ଫ୍ରି ନମ୍ବର 18003457571 ରେ ଯୋଗାଯୋଗ କରିପାରିବେ ବୋଲି ପ୍ରାଧିକରଣ ପକ୍ଷରୁ ସୁଚନା ଦିଆଯାଇଛି।
0 Comments