ଜଳଛତ୍ର ମାଠିଆରେ ପାଣି ଭରିବା ବେଳେ ଚୋଟ ମାରିଲା ସାପ , ଯୁବକଙ୍କ ହେଲା ମୃତ୍ୟୁ । ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ । ଲଖନପୁର ବ୍ଲକ ସମରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାରଗାଁ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ଜଣକ ହେଉଛନ୍ତି ଝାରଗାଁ ଗ୍ରାମର ଦିଲୀପ ପଧାନଙ୍କ ବଡ଼ ପୁଅ ୩୫ ବର୍ଷୀୟ ସୁନିଲ ପଧାନ । ସୂଚନା ଅନୁସାରେ ସମରବଗା ଗ୍ରାମ ପଞ୍ଚାୟତ ସୌଜନ୍ୟରୁ ଝାରଗାଁ ଛକ ରେ ଦିଆଯାଇଥିବା ଜଳଛତ୍ରରେ ସୁନିଲ କାର୍ଯ୍ୟରତ ଥିଲେ । ପ୍ରତ୍ୟେକ ଦିନ ଭଳି ସେ ଜଳଛତ୍ର କୁ ଆସି ପାଣି ମାଠିଆ ଗୁଡ଼ିକୁ ଧୋଇ ପୁଣି ପାଣି ଭର୍ତ୍ତି କରିବା ପାଇଁ ମାଠିଆ ଉପରେ ଥିବା ଅଖାକୁ ଟାଣିଥିଲେ । ଏହି ସମୟରେ ହଠାତ୍ ଏକ ବିଷଧର ସାପ ତାଙ୍କ ହାତକୁ ଚୋଟ ମାରିଥିଲା । ଫଳରେ କିଛି ସମୟପରେ ସେ ଅଚେତ୍ ହୋଇପଡ଼ି ଥିଲେ । ଏ ସମ୍ପର୍କରେ ଝାରଗାଁ ଗ୍ରାମବାସୀ ଓ ତାଙ୍କ ପରିବାର ଲୋକେ ଜାଣିବା ପରେ ଘଟଣାସ୍ଥଳରେ ପହଂଚି ସୁନୀଲକୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ସୁନୀଲଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଏନେଇ ସୁନୀଲଙ୍କ ପରିବାର ପକ୍ଷରୁ କୁହାଯାଇଛି ।
0 Comments