ଲଖନପୁର ବ୍ଲକର ୪ ଉଚ୍ଚବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ।


 ଚଳିତ ଶିକ୍ଷା ବର୍ଷରୁ ସମଗ୍ର ଓଡ଼ିଶାର ୯୨ ଟି ଉଚ୍ଚବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆର୍ଟ ଷ୍ଟ୍ରୀମ କୁ ଉନ୍ନୀତ କରିବାକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପ୍ରକଳ୍ପ ଅନୁମୋଦନ ବୋର୍ଡ ନୂଆଁଦିଲ୍ଲୀ ପକ୍ଷରୁ ଅନୁମୋଦନ କରାଯାଇଛି । ସେଥିମଧ୍ୟରୁ ଲଖନପୁର ବ୍ଲକର J.L ହାଇସ୍କୁଲ୍ ଅଢାପରା , ପଞ୍ଚାୟତ ସରକାରୀ ହାଇସ୍କୁଲ୍ ଲଖନପୁର, ମହାତ୍ମା ଗାନ୍ଧୀ ସରକାରୀ ହାଇସ୍କୁଲ୍ କଦମଡିହି ଓ ସରକାରୀ ହାଇସ୍କୁଲ ପଣ୍ଡରି ସ୍ଥାନ ପାଇଛି । ଯାହାକୁ  ଲଖନପୁର ବ୍ଲକର ଜନସାଧାରଣ ସ୍ବାଗତ କରିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆର୍ଟ    ଷ୍ଟ୍ରୀମ ର ଆବଶ୍ୟକତା କୁ ଉପଲବ୍ଧ କରି ବିଗତ ଦିନରେ ଜିଲ୍ଲାସ୍ତରରୁ କେତେକ ବିଦ୍ୟାଳୟ ତାଲିକା କରାଯାଇ ଅନୁମୋଦନ ନିମନ୍ତେ ଆବେଦନ କରାଯାଇଥିଲା ।  ଯାହାକୁ ଗୁରୁତ୍ଵ ଦେଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପ୍ରକଳ୍ପ ଅନୁମୋଦନ ବୋର୍ଡ ନୂଆଁଦିଲ୍ଲୀ ପକ୍ଷରୁ ଓଡ଼ିଶାର ୯୨ ଟି ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯିବା ପାଇଁ ଅନୁମୋଦନ କରାଯାଇଛି । ଚଳିତ ବର୍ଷରୁ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି କୁହାଯାଉଛି । ଏତତ୍ ବ୍ୟତୀତ ଅନୁମୋଦନ ହୋଇଥିବା ବିଦ୍ୟାଳୟ ଗୁଡିକରେ ୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟାଳୟ ପିଛା ୧୬.୫୦ ଲକ୍ଷ ବିନିଯୋଗ କରାଯିବ ବୋଲି ଜଣାପଡିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done