ଆଜି ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ବାହାନଗା ରେଳ ଦୁର୍ଘଟଣା ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଦିନିକିଆ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହା ସହିତ କୌଣସି ସରକାରୀ ଉତ୍ସବ ପାଳନ ହେବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ରେଳ ଦୁର୍ଘଟଣା କୁ ନେଇ ସାରା ଦେଶ ଏବେ ମର୍ମାହତ । ସମୟ ଗଡିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପରିବାର ପରିଜନ ନିଜ ଲୋକଙ୍କୁ ଏବେ ବି ଖୋଜି ହେଉଛନ୍ତି । ସବୁ ଆଡ଼େ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଦିନିକିଆ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
0 Comments