ଝାରସୁଗୁଡ଼ା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ।


 ଦିପାଳୀଙ୍କ ନୂଆଁ ଇନିଂସ୍ ଆରମ୍ଭ । ଝାରସୁଗୁଡ଼ା ବିଧାୟିକା ଭାବରେ ଶପଥ ନେଲେ ଦିପାଳୀ । ଶପଥ ପାଠ କରାଇଥିଲେ ଉପବାଚସ୍ପତି ।ଶପଥ ନେବା ପରେ ଦିପାଳୀ କହିଥିଲେ ଯେ ସେ ସବୁ ବେଳେ ଝାରସୁଗୁଡ଼ା ବାସୀଙ୍କ ସେବାରେ ନିଯୁକ୍ତ ରହିବି ,ବାପାଙ୍କ ସ୍ବପ୍ନକୁ ପୂରଣ କରିବି । ବାପାଙ୍କ ଝାରସୁଗୁଡ଼ାର ନୂତନ ନିର୍ମାଣ ସ୍ବପ୍ନ ସାକାର କରିବା ଦିଗରେ କାମ କରିବି ବୋଲି କହିଥିଲେ । ହାର୍ଟ, କ୍ୟାନ୍ସର, ଓଭର ବ୍ରିଜ ଓ ମହିଳାଙ୍କ ବିକାଶ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ରେ ପୁରା କରିବି ବୋଲି କହିଥିଲେ ଦିପାଳୀ । ଶପଥ ନେବା ପାଇଁ ୧୦ଟା ୩୦ ରେ ବିଧାନସଭା ରେ ପହଞ୍ଚି ଥିଲେ ଦିପାଳୀ ଦାସ । ଭାଇ, ଭାଉଜ ଓ ମାଁଙ୍କ ସହିତ ଦିପାଳୀ ବିଧାନସଭା ରେ ପହଞ୍ଚିଥିଲେ । ବିଧାନସଭା ପ୍ରବେଶ ଦ୍ଵାରରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ ଝାରସୁଗୁଡ଼ାର ନୂଆଁ ବିଧାୟିକା । ଦିପାଳୀ ଭୁବନେଶ୍ୱର ପହଂଚି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସହ ବାପା ଛାଡ଼ିଯାଇଥିବା ଅଧୁରା କାମ କୁ ମୁଁ ପୁରଣ କରିବି ବୋଲି ଦିପାଳୀ କହିଥିଲେ । ଦିପାଳୀ ତାଙ୍କ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮ ହଜାର ୭୨୧ ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ବିଜେଡି ର ଏହି ବୃହତ୍ ବିଜୟ ନୂଆଁ  ରେକର୍ଡ ସୃଷ୍ଟି କରିଛି । ଏହା ସହିତ ଦିପାଳୀ ବାପା ନବ କିଶୋର ଦାସ ଙ୍କର ରେକର୍ଡ କୁ ମଧ୍ୟ ଭାଙ୍ଗିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done