ଆସନ୍ତା ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ । ଉପନିର୍ବାଚନ ପାଇଁ ପୋଲିଂ ଅଧିକାରୀ ମାନେ ନିଜ ନିଜ ବୁଥ କୁ ବାହାରିଥିଲେ । ତେବେ ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ ନିଜେ ଝାରସୁଗୁଡ଼ା ଇଞ୍ଜିନିୟିରିଂ ସ୍କୁଲ୍ କୁ ଯାଇ ସ୍ଥିତି ନିରୀକ୍ଷଣ କରିଥିବା ଦେଖିବାକୁ ମିଳିଥିଲା । ତେବେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ମୋଟ ୨୫୩ ଟି ବୁଥ ରହିଛି । ଏବଂ ମୋଟ ଏହି ୨୫୩ ଟି ବୁଥରେ CCTV କ୍ୟାମେରା ଲଗାଯାଇ ୱେବ୍ କାଷ୍ଟିଂ କରାଯିବା ର ଯୋଜନା ରହିଥିବା ସହିତ ୨୬ ଟି ପିଙ୍କ୍ ବୁଥ, ୪୦ ଟି ମୋଡେଲ ବୁଥ, ଓ ୬୯ ଟି କ୍ରିଟିକାଲ ବୁଥ ରହିଥିବା ନେଇ ନିଜ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ତଥା ରିଟେନିଂ ଅଫିସର୍ କିଶୋର ଚନ୍ଦ୍ର ସ୍ୱାଇଁ ।ତେବେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଦ୍ଵାରା ୨୬ ଟି ପିଙ୍କ୍ ବୁଥ କରାଯାଇଥିବା ଜଣାପଡିଛି । ଏହି ପିଙ୍କ୍ ବୁଥରେ ମହିଳା ପ୍ରିଜାଇଡିଂ ଅଫିସର୍, ଫାଷ୍ଟ ପୁଲିଂ, ସେକେଣ୍ଡ ପୁଲିଂ , ଥାର୍ଡ ପୁଲିଂ ଅଫିସର୍ ଓ ମହିଳା ପୋଲିସ୍ କର୍ମଚାରୀ ନିୟୋଜିତ କରାଯାଇଛି । ଏହି ପିଙ୍କ୍ ବୁଥ ରେ ମହିଳା ଭୋଟର୍ ମାନେ ଭୋଟ ଦେବାର ବ୍ୟବସ୍ଥା ରହିଛି । ବିନା ହିଂସାରେ ନିର୍ବାଚନ କିପରି ହୋଇପାରିବ ସେନେଇ ନିର୍ବାଚନ ଆୟୋଗ ସମସ୍ତ ପ୍ରକାରର ବ୍ୟବସ୍ଥା କରା ଯାଇଥିବା ନେଇ ସୂଚନା ଦେଇଛନ୍ତି । ଏହା ସହିତ ଭିନ୍ନକ୍ଷମ ଏବଂ ବୟସ୍କ ବ୍ୟକ୍ତିମାନେ ବାଲେଟ୍ ଭୋଟିଂ ସାହାଯ୍ୟରେ ନିଜର ମତଦାନ କରିସାରିଛନ୍ତି ଏନେଇ ମଧ୍ୟ ନିର୍ବାଚନ ଆୟୋଗ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି ।
0 Comments