ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଣ୍ଟ୍ରୋଲ ରୁମ୍ । କଣ୍ଟ୍ରୋଲ ରୁମ୍ ରୁ ହେବ ପୋଲିଂ ବୁଥ ମନିଟରିଂ । ସୂଚନା ଦେଲେ ଝାରସୁଗୁଡ଼ା ଏସପି ପରାମର ସ୍ମିତ ପୁରୁଷୋତ୍ତମ ଦାସ । ଆସନ୍ତା କାଲି ରହିଛି ଝାରସୁଗୁଡ଼ା ଉପନିର୍ବାଚନ । ଉପନିର୍ବାଚନ ପାଇଁ ଶେଷ ହୋଇସାରିଛି ସମସ୍ତ ପ୍ରସ୍ତୁତି । ପୋଲିଂ ପାର୍ଟି ସବୁ ନିଜ ନିଜ ପୋଲିଂ ବୁଥକୁ ଗସ୍ତ କରିସାରିଛନ୍ତି । ତେବେ ଏହି ଉପନିର୍ବାଚନକୁ ଅବାଧ ଏବଂ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଏହି କଣ୍ଟ୍ରୋଲ ରୁମ୍ ରୁ ସମସ୍ତ ବୁଥ ମନିଟରିଂ କରାଯିବ । ୨୫୩ ଟି ବୁଥରେ ଲାଗିଛି ସିସିଟିଭି କ୍ୟାମେରା । ୧୪୪ ଟି ବୁଥରେ ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ କିଛି ବୁଥକୁ ଡ୍ରୋନ ଯୋଗେ ମନିଟରିଂ କରାଯିବ । ନିର୍ବାଚନ କୁ ନେଇ କୌଣସି ଅଭିଯୋଗ ମିଳିଲେ ତୁରନ୍ତ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । କିଛି ଅଘଟଣ ଘଟିଲେ ୧୦ ରୁ ୧୫ ମିନିଟ୍ ମଧ୍ୟରେ ଘଟଣା ସ୍ଥଳକୁ ପୋଲିସ୍ ପହଞ୍ଚିବ ବୋଲି ଝାରସୁଗୁଡ଼ା ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି ।
0 Comments