ଅଗ୍ରିଆ ସମାଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ଓ ଅଧ୍ ଏକର ଜମି ପ୍ରଦାନ କରିବା ଘଟଣାକୁ ନେଇ ଉପନିର୍ବାଚନ ରିଟେନିଂ ଅଫିସର୍ ତଥା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ


 ଝାରସୁଗୁଡ଼ା ଉପନିର୍ବାଚନ ବେଳେ ଅଗ୍ରିଆ ସମାଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ଓ ଅଧ୍ ଏକର ଜମି ପ୍ରଦାନ କରିବା ଘଟଣାକୁ ନେଇ ଉପନିର୍ବାଚନ ରିଟେନିଂ ଅଫିସର୍ ତଥା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ନିକଟରେ ଅଭିଯୋଗ ହୋଇଛି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଅଗ୍ରିଆ ସମାଜର ଭୋଟ ପ୍ରାୟ ୩୦ ପ୍ରତିଶତ ରହୁଥିବାରୁ ଭୋଟର୍ ଙ୍କୁ ଆକୃଷ୍ଟ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଥିବା ନେଇ ଆପତ୍ତି ଉଠାଇଛନ୍ତି ଆଇନଜୀବୀ ଆଲବର୍ଟ କିଣ୍ଡୋ । ଆଜି ରାଉଲକେଲାର ଆଇନଜୀବୀ ଆଲବର୍ଟ କିଣ୍ଡୋ ଏନେଇ ଝାରସୁଗୁଡ଼ା ଉପନିର୍ବାଚନ ରିଟେନିଂ ଅଫିସର୍ ତଥା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ନିକଟରେ ଫେରାଦ ହୋଇଛନ୍ତି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ବେଆଇନ ବୋଲି ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଘଂନ ନେଇ କାର୍ଯ୍ୟାନୁଷ୍ଠାନ କରିବାକୁ ସେ ଦାବି କରିଛନ୍ତି । ଯଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଏଭଳି ଆଇନ୍ ର ଉଲଙ୍ଘନ କରିବେ ଅନ୍ୟ କାହା କଥା କଣ କୁହାଯିବ ବୋଲି ସେ କହିଛନ୍ତି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ଯେଉଁ ଅଗ୍ରିଆ ସମାଜର ଲୋକ ଅଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭୋଟ ବ୍ୟାଙ୍କ୍ ଭାବେ ନେଇ କାର୍ଡ ଖେଳିଛନ୍ତି ବୋଲି ଶ୍ରୀ କିଣ୍ଡୋ ଅଭିଯୋଗ କରିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done